କଟକ,୧୦/୦୧: ନ୍ୟୁଜ ସେଭେନ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୂତି ସଭା କଟକରେ ଆୟୋଜିତ ହୋଇଯାଇଛି। ଶନିବାର କଟକର ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆର ପ୍ରତିନିଧି ମାନେ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସ୍ମୃତି ସଭାରେ ଯୋଗ ଦେଇ ଶିଲାଙ୍କ ସ୍ମୃତି ଚାରଣ କରିଥିଲେ। ଏହା ସହ ରାଜ୍ୟ ସରକାର ଶିଲାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେଵା ପାଇଁ କଟକର ସାମ୍ବାଦିକ ମାନେ ଦାବି କରିଛନ୍ତି। ଏହି ଅବସରରେ ଶିଲାଙ୍କ ସ୍ମୂତିରେ ସାମ୍ବାଦିକା ଶିଲା ପଟ୍ଟନାୟକ ସ୍ମୃତି ସମ୍ମାନ ଆରମ୍ଭ କରିଵା ପାଇଁ କଟକର ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଛନ୍ତି।
ପ୍ରତି ବର୍ଷ ଜାନୁଆରୀ ୬ତାରିଖରେ ଶିଲାଙ୍କ ସ୍ମୂତିରେ କଟକରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟର ଜଣେ ପ୍ରତିଭାବାନ ମହିଳା ସାମ୍ବାଦିକଙ୍କୁ ସମ୍ମାନୀତ କରିଵା ସହ ଆର୍ଥିକ ପ୍ରୋତ୍ସାହନ ଦେଵା ପାଇଁ ଏହି ସ୍ମୃତି ସଭାରେ ସ୍ଥିର କରାଯାଇଛି। ଏହି ସ୍ମୃତି ସଭାରେ ସାମ୍ବାଦିକ ଦୀପକ ଷଡ଼ଙ୍ଗୀ, ଅଜୟ ଦାସ, ପ୍ରଫୁଲ୍ଲ ମହାନ୍ତି, ନଭେସ ମହାନ୍ତି, ଭରତ ମହାରଣା, ଦେବୀ ପ୍ରସାଦ ମହାନ୍ତି, ଦିପେସ ମହାପାତ୍ର, ଜୟ ମହାନ୍ତି, ନାରାୟଣ ସିହ୍ନା, ନୟରଣ ସାହୁ, ଜିତେନ୍ଦ୍ର କୁମାର, ଦେବାଶିଷ ମହାନ୍ତି , ଆରିତ ମହାପାତ୍ର, ବିଶ୍ୱଜିତ୍ ମହାନ୍ତି, ପ୍ରବୀଣ ପ୍ରଧାନ, ମନୋଜ କୁମାର ସ୍ବାଇଁ, ପ୍ରଦୀପ୍ତ ବେହେରା, ଦେବବ୍ରତ ସ୍ବାଇଁ, ଲଳିତ ଦାସ, ସ୍ଵୟଂ ମହାନ୍ତି, ପ୍ରମୋଦ ସାମନ୍ତରାୟ, ଜୟଦେବ ପାଣି, ଶୁଭ୍ରାଂଶୁ ମହାରଣା, ପ୍ରଭାତ ବିଶୋଇ, ଜଗନ୍ନାଥ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।