ନୂଆଦିଲ୍ଲୀ –ପ୍ରସିଦ୍ଧ ଟିଭି କଳାକାର ଶୋଏବ ଇବ୍ରାହିମ୍ ଓ ଦୀପିକା କକ୍କର ନିଜର ନିଜ ପରିବାର ଲୋକଙ୍କ ସହ କିଛି ଦିନ ହେବ କାଶ୍ମୀର ଉପତ୍ୟକାକୁ ଉପଭୋଗ କରିବାକୁ ଯାଇଥିଲେ ଏବଂ ସେଠାରୁ ନିଜର ଭିଡ଼ିଓ ଓ ଫଟୋ ଲଗାତାର ପ୍ରଶଂସକଙ୍କ ସହ ସେୟାର ମଧ୍ୟ କରୁଥିଲେ। ଏବେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ପ୍ରଶଂସକ ତାଙ୍କୁ ନେଇ ଚିନ୍ତାରେ ପଡ଼ି ଯାଇ ଥିଲେ। ହେଲେ ସୌଭାଗ୍ୟର କଥା ଯେ, ଏହି ହମଲାରେ ଶୋଏବ ଓ ଦୀପିକା ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଶୋଏବ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି, ସେ ମଙ୍ଗଳବାର ସକାଳେ କାଶ୍ମୀରରୁ ବାହାରି ଯାଇଥିଲେ।
ଶୋଏବ ଇବ୍ରାହିମ୍ ଇନଷ୍ଟାଗ୍ରାମ୍ରେ ଏକ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଆପଣ ସମସ୍ତେ ଆମର ସୁରକ୍ଷାକୁ ନେଇ ଚିନ୍ତିତ , ଭଲ ଅଛୁ। ଆଜି ବି ସକାଳେ ଆମେ କାଶ୍ମୀରରୁ ବାହାରି ଥିଲୁ ଏବଂ ଏବେ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚି ସାରିଛୁ। ଆମ ପାଇଁ ଚିନ୍ତିତ ହୋଇ ଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।
ଶୋଏବ ଦୀପିକା ଅନେକ ଦିନରୁ ନିଜର ଇନଷ୍ଟାଗ୍ରାମରେ ଅଲଗା ଅଲଗା ସ୍ଥାନର ଫଟୋ ଓ ଭିଡ଼ିଓ ସେୟାର କରିବାର ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ସେ ଦିଲ୍ଲୀରେ ଥିଲେ ଏବଂ ଏଠାର ସ୍ୱାଦକୁ ଉପଭୋଗ କରୁ ଥିଲେ। ପରେ ପରିବାର ସହ ଉଭୟ କାଶ୍ମୀର ଚାଲି ଯାଇ ଥିଲେ। କାଶ୍ମୀର ଉପତ୍ୟକାରୁ ଶୋଏବ , ଦୀପିକା ଓ ପରିବାର ଲୋକଙ୍କ ସହ ଅନେକ ଫଟୋ ଓ ଭିଡ଼ିଓ ସେୟାର କରିଥିଲେ। ହେଲେ ଏହି ହମଲାର ଖବର ପରେ ଅନେକ ପ୍ରଶଂସକ ଚିନ୍ତିତ ଥିଲେ, ଯାହାକୁ ଦେଖି ଶୋଏବ ତୁରନ୍ତ ନିଜ ବିଷୟରେ ସୂଚନା ଦେଇଛନ୍ତି।