ମାଲକାନଗିରି, ୨୯/୧ (ଆପ୍ର ) ; ମାଲକାନଗିରି ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଳା ପ୍ରଶାସନର ଜୋରଦାର ପ୍ରୟାସ ଆରମ୍ଭ କରିଛି । ଅବକାରୀ ବିଭାଗ, ପୌରପାଳିକା , ଖାଦ୍ୟ ସୁରକ୍ଷା ଏବଂ ପୋଲିସ ବିଭାଗର ପକ୍ଷରୁ ମାଲକାନଗିରି ସହର ରେ ବିଭିନ୍ନ ଦୋକାନ ଓ ହୋଲସେଲ, ରିଟେଲର ଷ୍ଟୋର ମାନଙ୍କ ଉପରେ ମିଳିତ ଚଢାଉ ହୋଇଛି।
ଏହି ଚଢ଼ାଉ ରେ ଧାରା ପଡ଼ିଲା ବସ୍ତା ବସ୍ତା ଗୁଟୁଖା ଏବଂ ତମାଖୁ ମାଦକ ଦ୍ରବ୍ୟ। ତେବେ ଚଢ଼ାଉ ବେଳେ କିଛି ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଆଗକୁ ଏକ ମାସ ଧରି ମାଲକାନଗିରି ସହରର ବିଭିନ୍ନ ଦୋକାନରେ ଚଢ଼ାଉ ଜାରି ରହିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।