ପୁରୀ,୦୫/୦୬: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ହେବ । ଠାକୁରଙ୍କ ସନ୍ଧ୍ୟାଧୂପ ପରେ ଏହି ନୀତି ହେବ। ମଦନମୋହନ ଆଜ୍ଞାମାଳ ପାଇ ଖଟ ଉପରେ ବିଜେ ହେବେ । ଡଗର ପହଞ୍ଚି ମଦନମୋହନଙ୍କଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ।
ମଦନମୋହନ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ବିଜେ ହେବେ । ପଟୁଆରରେ ବିମାନବଡ଼ୁ ସେବକମାନେ ବଡ଼ଦେଉଳର ବେଢ଼ା ପରିକ୍ରମା କରିବେ । ପରେ ଯଥା ବିଧି ଦେବ (ଅଭିଷେକ) ନୀତି ସମ୍ପୂର୍ଣ୍ଣ ହେବ । ପାଳିଆ ସେବକମାନେ ଠାକୁରଙ୍କ ବିଜେ ପଥରେ ଶୁଭ୍ରପୁଷ୍ପ ବିଞ୍ଛି ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ କରି ଦକ୍ଷିଣି ଘରକୁ ନେବେ । ବନ୍ଦାପନା ନୀତି ବଢ଼ିଲେ ଦକ୍ଷିଣି ଘରକୁ ଠାକୁରେ ବିଜେ ହେବେ । ଏଥିସହ ଗୁରୁବାର ଠାକୁରଙ୍କ ମାଜଣା ଓ ସୁଦଶା ବ୍ରତ ପାଳନ ହେବ ।