ନୂଆଦିଲ୍ଲୀ: ସରିବ କି ସୂର୍ଯ୍ୟକୁମାର ଯାଦବଙ୍କ ଯୁଗ । ଭାରତକୁ ଚଳିତବର୍ଷ ଜିତାଇଛନ୍ତି ଟି-୨୦ ବିଶ୍ବକପ । ଦଳ ଯଦିଓ ଭଲ ପ୍ରଦର୍ଶନ କରିଥିଲା ତଥାପି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଯିବ ପଦବୀ । ଚଳିତ ଆଇପିଏଲରେ ମଧ୍ୟ ସ୍କାଏ ଖରାପ ପ୍ରଦର୍ଶନ କରିଥିଲେ । ଚୟନକର୍ତ୍ତା ଏସବୁକ ବିଚାରକୁ ନେଉଥିବା କୁହାଯାଉଛି । ତେବେ ତାଙ୍କୁ ଅଧିନାୟକ ପଦରୁ ହଟାଯିବ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଏକ ଖବର ପ୍ରକାଶ ପାଇଛି କି, ସୂର୍ଯ୍ୟଙ୍କୁ ଅଧିନାୟକରୁ ହଟାଯାଇଛି । ଟି-୨୦ରେ ଶ୍ରେୟସଙ୍କୁ ଦାୟିତ୍ବ ଦିଆଯିବ । ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ତଥାପି ସୂର୍ଯ୍ୟଙ୍କ ଅଧିନାୟକ ପଦ ଉପରେ ସଙ୍କଟଥିବା ଚର୍ଚ୍ଚା ହେଉଛି ।
ଚଳିତ ମାସ ଶେଷ ଆଡ଼କୁ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷରେ ଭାରତ ଟି-୨୦ ସିରିଜ ଖେଳିବ । ତେବେ ଏହି ସରିଜକୁ ବିଚାରକୁ ନିଆଯିବ । ଶ୍ରେୟସ ଏବଂ ତିଲକ ଟି-୨୦ ଅଧିନାୟକତ୍ୱ ପାଇଁ ପ୍ରମୁଖ ଦାବିଦାର। ଉଭୟ ଖେଳାଳି ଗତ କିଛି ମାସ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଦଳ ପରିଚାଳନାର ବିଶ୍ୱାସ ଅର୍ଜନ କରିଛନ୍ତି। ନେତୃତ୍ୱ ଅଭିଜ୍ଞତା ଏବଂ ଚାପରେ ଖେଳିବାର କ୍ଷମତା ହେତୁ ଶ୍ରେୟସ ଆୟରଙ୍କୁ ଏକ ଦୃଢ଼ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି। ଏହି ସମୟରେ, ଯୁବ ବ୍ୟାଟସମ୍ୟାନ୍ ତିଲକ ବର୍ମାଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ଦେଖାଯାଉଛି, ଯିଏ ସୀମିତ ସୁଯୋଗରେ ପ୍ରଭାବଶାଳୀ ଭାବରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଏହାସହ ପଢ଼ନ୍ତୁ : Bangladesh Minister Shama Obaed: ଉସମାନ ହାଦି ହତ୍ୟା ଘଟଣା: ଅମିତ ଶାହଙ୍କ ମମତାଙ୍କ ପ୍ରତିକ୍ରିୟା, ଉତ୍ତର ରଖିଲା ବାଲାଂଦେଶ