କଣ୍ଟାବାଞ୍ଜି,୧୨/୦୯: ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସହରକୁ ଏନଏସି ମାନ୍ୟତା ଦାବି ନେଇ ଆଜି ସକାଳୁ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ । ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ସଇଁତଳା, ସିନ୍ଧେକେଲା, ବେଲପଡା, ଲୋଇସିଂହାକୁ ଏନଏସି ଘୋଷଣା କରିଥିବା ବେଳେ ବର୍ତ୍ତମାନ ସିନ୍ଧେକେଲାକୁ ଏନଏସି ମାନ୍ୟତାରୁ ବାଦ ଦେଇଥିବା ଅଭିଯୋଗ ହୋଇଛି । 

କମିଟି ସଦସ୍ୟ ସୁରେଶ କୁମାର ସାହୁ, ସନ୍ତୋଷ ନାୟକ, ଅମିତ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ଅଗ୍ରୱାଲ, ଗିରିରାଜସିଂ ମାଝୀ, ରାଜୀବ ସାହୁ, ଲଳିତ ମୋହନ ସାହୁ, ପବିତ୍ର ରଣା, ଗଗନ ଛୁରା, ତୁଲା ସାହୁ, ଆନନ୍ଦ ରଣାଙ୍କ ସହିତ ବହୁ ଜନସାଧାରଣ ସାମିଲ ହୋଇଥିଲେ । ତେବେ ଏହି ବନ୍ଦର ପ୍ରଭାବରେ ଅଖ ଚକ ସମ୍ପୂର୍ଣ ଭାବେ ବନ୍ଦ ରହିଛି । ଆମ୍ବୁଲାନ୍ସ ଓ ଔଷଧ ଦୋକାନକୁ ଛାଡି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ରହିଛି । ସିନ୍ଧେକେଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।​​​​​​​