ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ରବିବାର ଏକ ଖଣିରେ ମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଓ ୨ ଜଣ ମହିଳା ଅଛନ୍ତି । ଏହା ବ୍ୟତୀତ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଅନୁଯାୟୀ, ଜିୱାନ ଥାନା ଅଞ୍ଚଳ ଅନ୍ତର୍ଗତ ପରସୋହର ଗାଁରେ ଏହି ଘଟଣା ଘଟିଛି।
ସବ-ଡିଭିଜନାଲ ପୋଲିସ ଅଧିକାରୀ (SDOP) ଗାୟତ୍ରୀ ତିୱାରୀ କହିଛନ୍ତି ଯେ, ଦୁଇ ଜଣ ନାବାଳିକା ଝିଅଙ୍କ ସମେତ ପାଞ୍ଚ ଜଣ ମହିଳା ପରସୋହର ଗାଁରେ ଏକ ମାଟି ଖଣିରୁ ମାଟି ବାହାର କରିବାକୁ ଯାଇଥିବା ବେଳେ ଖଣି ହଠାତ୍ ଭୁଶୁଡ଼ି ପଡ଼ିବାରୁ ସେମାନେ ପୋତି ହୋଇଯାଇଥିଲେ ।
ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…
ପୋଲିସ ଅଧିକାରୀ କହିଛନ୍ତି ଯେ ଆହତ ଉଭୟଙ୍କୁ ଚିକିତ୍ସା ପାଇଁ ଦେବସାର କମ୍ୟୁନିଟି ହଲରେ ଭର୍ତ୍ତି କରାଯାଇଛି। ଗ୍ରାମାଞ୍ଚଳର ଲୋକମାନେ ନିଜ ଘରକୁ ରଙ୍ଗ କରିବା ପାଇଁ ଛୁଇ ମାଟି (ଧଳା ମାଟି) ବ୍ୟବହାର କରନ୍ତି ।