ହରଭଙ୍ଗା, ୧୯।୧୦ : ତଳଗାଁ ପଞ୍ଚାୟତ ଡମକୁଜ ଗ୍ରାମରେ ସାପ କାମୁଡାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛି। ମୃତକ ହେଲେ ଡମକୁଜ ଗ୍ରାମର ହରିହର ପୋଢ଼ଙ୍କ ଝିଅ ଦେବକୀ ପୋଢ଼ । ଗୁରୁତର ଅବସ୍ଥାରେ ହରିହରଙ୍କ ପୁଅ ପ୍ରହଲ୍ଲାଦ ପୋଢ଼କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ଶୁକ୍ରବାର ବିଳମ୍ବିତ ରାତିରେ ଭାଇ ଭଉଣୀଙ୍କୁ ବିଷାକ୍ତ ସାପ କାମୁଡି ଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତଳଗାଁ ଏବଂ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଭଉଣୀର ମୃତ୍ୟ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଦେବକୀ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ।