ଖଲ୍ଲିକୋଟ,୨୭।୭ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣ ପୁର ପଂଚାୟତ ର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ନିଆଁ ଲାଗି ୩ ଜଣଙ୍କ ୬ ବଖରା ପୋଡି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଏମ. ତାରେଶ୍ୱର ପାତ୍ର, ବି. ଡାକ ପାତ୍ର ଓ କେ. ପୂର୍ଣ୍ଣ ପାତ୍ରଙ୍କ ଘରେ ରବିବାର ମଧ୍ୟାହ୍ନରେ ହଠାତ ନିଆଁ ଲାଗି ଯାଇଥିଲା। ସେତେବେଳେ ପରିବାର ଲୋକେ କେହି ଘରେ ନଥିଲେ। ସମସ୍ତେ ଦିନ ମଜୁରିଆ ହୋଇ ଥିବାରୁ କାମ କରିବା ପାଇଁ ବାହାରକୁ ଯାଇଥିଲେ। ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦମକଳକୁ ଖବର ଦେଇଥିଲେ। ଖବର ପାଇ ଖଲ୍ଲିକୋଟ ଓ ରମ୍ଭା ରୁ ଦୁଇଟି ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ।ସେତେବେଳକୁ ଘର ଭିତରେ ଥିବା ଧାନ, ଚାଉଳ, ଟଙ୍କା, ସୁନା, ଲୁଗାପଟା ସମେତ ସମସ୍ତ ଆସବାବ ପତ୍ର ନିଆଁ ରେ ଜଳି ପୋଡି ଛାରଖାର ହୋଇ ଯାଇଥିଲା।
ଅଗ୍ନିକାଣ୍ଡର ଖବର ପାଇ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଦିନ ମଜୁରିଆ ହୋଇଥିବା ରୁ ସେମାନଙ୍କୁ ସରକାରୀ ସାହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।ତେବେ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।