ନୂଆଦିଲ୍ଲୀ,୧୬।୧୨: ପୃଥିବୀ ତଳେ ହାଇଡ୍ରୋଜେନ୍ର ପାହାଡ। ବୈଜ୍ଞାନିକଙ୍କ ମତରେ ଏହାର ଅଳ୍ପ ବ୍ୟବହାର କଲେ ୨୦୦ ବର୍ଷ ପର୍ଯ୍ୟନ୍ତ ଜୀବାଶ୍ମ ଇନ୍ଧନର ପଡିବନି ଆବଶ୍ୟକତା। ଆମ ପୃଥିବୀ ପୃଷ୍ଠର ତଳେ ପ୍ରାୟ ୬.୩ ଲକ୍ଷ କୋଟି ଟନ୍ ହାଇଡ୍ରୋଜେନ୍ ରହିଛି। ଏହା ପଥର ଓ ଅଣ୍ଡରଗ୍ରାଉଣ୍ଡ ରିଜରଓ୍ବାୟରରେ ରହିଛି। ଏହି ହାଇଡ୍ରୋନ୍ ପୃଥିବୀରେ ଇବା ତେଲଠାରୁ ୨୬ ଗୁଣା ଅଧିକ। କିନ୍ତୁ ସମସ୍ୟା ଏହା ଯେ, ବୈଜ୍ଞାନିକମାନେ ଏହି ହାଇଡ୍ରୋଜେନ୍ର ସଠିକ ଲୋକେସନ୍ ଜାଣିପାରି ନାହାନ୍ତି। ଯାହା ଜଣାପଡିଛି ତାହା ହେଲା ଏହା ସମୁଦ୍ର ତଟଠାରୁ ବହୁ ଦୂରରେ ରହିଛି କିମ୍ବା ଖୁବ୍ ଗଭୀରରେ ରହିଛି ।ତେଣୁ ସେଠାରୁ ହାଇଡ୍ରୋନ୍ ବାହାର କରିବା ଲାଭଦାୟକ ହେବନି।
USGS ର ପେଟ୍ରୋଲିୟମ୍ ଜିୟୋକେମିଷ୍ଟ ଜ୍ୟୋଫ୍ରି ଏଲିସ୍ କହିଛନ୍ତି, ହାଇଡ୍ରୋଜେନ୍ ପ୍ରବଳ ମାତ୍ରାରେ ସେଠାରେ ରହିଛି। ଏହା କ୍ଲିନ୍ ଏନର୍ଜୀର ସବୁଠାରୁ ବଡ ଉତ୍ସ। ବିଶେଷ ଭାବରେ ଏଥିରେ ଗାଡି ଚଳାଇବା ଖୁବ୍ ଲାଭଦାୟକ ହେବ। ଏହା ବିଜୁଳି ସୃଷ୍ଟି କରିପାରେ। ଏତେ ବଡ଼ ହାଇଡ୍ରୋଜେନ୍ ଷ୍ଟର ମାତ୍ର ୨% ଅର୍ଥାତ ୧୨୪ କୋଟି ଟନ୍ ପୁରା ଦୁନୀର ନେଟ୍ ଜିରୋ ନିର୍ଗତ ପର୍ଯ୍ୟନ୍ତ ନେଇପାରେ। ତାହା ପୁଣି ୨୦୦ ବର୍ଷ ପର୍ଯ୍ୟନ୍ତ ।ଅର୍ଥାତ କେଉଁଠାରୁ କୌଣସି ପ୍ରଦୂଷଣ ମଧ୍ୟ ନାହିଁ। ପୁରା ଦୁନିଆକୁ ଆଶ୍ବସ୍ତି ମିଳିଯିବ।

ଜିଓଲୋଜିଷ୍ଟ ସାର୍ ଜେଲମ୍ୟାନ୍ କହିଛନ୍ତି, ଜୀବାଶ୍ମ ଇନ୍ଧନ ସମାନ ହାଇଡ୍ରୋଜେନ୍ର ମାତ୍ରରୁ ଦୁଇଗୁଣା ଶକ୍ତି ମିଳିଥାଏ। ସାରା ଓ ଜ୍ୟୋଫ୍ରିଙ୍କ ଷ୍ଟଡି ନିକଟରେ ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ଛପା ଯାଇଛି। ହାଇଡ୍ରୋଜେନ୍ର ମାତ୍ରା ଜାଣିବା ପାଇଁ ଦୁଇ ବୈଜ୍ଞାନିକ ପୃଥିବୀରୁ ବାହାରୁଥିବା ହାଇଡ୍ରୋଜେନ୍ ମଡେ ତିଆରି କରିଛନ୍ତି। ଯାହାଫଳରେ ଏହା ଜଣାପଡିଛି। ଜୋଫ୍ରି କହିଛନ୍ତି, ପଥର ଭିତରେ ରାସାୟନିକ ପକ୍ରିୟା ଅର୍ଥାତ କେମିକାଲ ରିଆକ୍ସନ କାରଣରୁ ହାଇଡ୍ରୋଜେନ୍ ତିଆରି ହୁଏ। ପାଣି ଯେତେବେଳେ ଦୁଇ ଭାଗରେ ବାଣ୍ଟିହୁଏ ସେତେବେଳେ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ବାହାରିଥାଏ।