ନୂଆଦିଲ୍ଲୀ,୨୧/୦୧: ସ୍ମାର୍ଟ ବଜାର ପକ୍ଷରୁ ଫୁଲ୍‌ ପଇସା ବସୁଲ ସେଲ୍‌  ସମ୍ପର୍କରେ ଘୋଷଣା କରାଯାଇଛି । ଏହି  ସମୟରେ ଗ୍ରାହକ ଅଧିକ କ୍ରୟ ଉପରେ ଅଧିକ ସଞ୍ଚୟ କରିପାରିବେ । ଗ୍ରାହକଙ୍କ ଆବଶ୍ୟକୀୟ ସାମଗ୍ରୀକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଣ କରିବା ନେଇ କମ୍ପାନି ପକ୍ଷରୁ ଯୋଜନା ରଖାଯାଇଛି । ଏହି  ସମୟରେ କ୍ରୟ ଉପରେ ଗ୍ରାହକ ଉନ୍ନତ ସଞ୍ଚୟ ସୁବିଧା ଲାଭ କରିପାରିବେ । 

ଜାନୁଆରୀ ୨୨ରୁ ୨୬ ଜାନୁଆରି ଯାଏ ଚାଲିବ ରିହାତି ଅଫର । ୯୦୦ରୁ ଉଦ୍ଧ୍ୱର୍ ଷ୍ଟୋରରେ ବିସ୍ତୃତ ବର୍ଗର ସାମଗ୍ରୀ ଉପରେ ଗ୍ରାହକଙ୍କୁ କମ୍ପାନି ଆକର୍ଷଣୀୟ ରିହାତି ପ୍ରଦାନ କରିବାକୁ ଯୋଜନା ରଖିଛି । ଗ୍ରାହକ ୫  କିଲୋ ଚାଉଳ ଏବଂ ୩ କିଲୋ ତେଲ ୭୯୯ ଟଙ୍କାରେ କ୍ରୟ କରିପାରିବେ । ୩ଟି  କୋଲଡ୍ରିଙ୍କସ କିଣିଲେ ଗୋଟିଏ ମାଗଣା ମିଳିବ । ସେହିଭଳି ୨ଟି ବିସ୍କୁଟରେ ଗୋଟିଏ  ମାଗଣା, ଡିଟରଜେଣ୍ଟ ଉପରେ ୩୩% ରିହାତି ରହିଛି । ଏହାବାଦ ଚକୋଲେଟ,  ହୋମଡେକୋର, ଲଗେଜ, ପୋଷାକ ଭଳି ଅନ୍ୟ ବର୍ଗ ଗୁଡିକରେ ମଧ୍ୟ ଆକର୍ଷଣୀୟ  ରିହାତି ଗ୍ରାହକ ପାଇବେ । ସ୍ମାର୍ଟ ବଜାର ଷ୍ଟୋରରେ ଗ୍ରାହକ ଗ୍ରସେରୀ ସାମଗ୍ରୀ,  ହୋମ ଏବଂ ପର୍ସନାଲ କେୟାର ସହ ଅନ୍ୟ ବର୍ଗର ଉତ୍ପାଦ ଲାଭ କରିପାରିବେ ।