ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା,
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ଓଏଏସ ସଂଘ
  • ||

ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

Published By : Harapriya Sethi | January 11, 2025 8:27 AM

ଦାରିଙ୍ଗବାଡି,୧୧/୦୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ସର୍ବାଧିକ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସାରା ବିଲ ମାଳ ତୁଷାରପାତରେ ଭରି ହୋଇ ରହିଛି । ଶନିବାର ସର୍ବାଧିକ ମାତ୍ରାରେ ତୁଷାର ପାତ ହୋଇଛି । ଯାହାକି ଚଳିତ ଶୀତ ଋତୁରେ ସର୍ବାଧିକ । ତୁଷାରପାତ ଫଳରେ ହାତ ଗୋଡ଼ କାଲୁଆ ମାରି ଯାଉଛି । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ହେଉ ଅବା ଶୀତ ବସ୍ତ୍ର ପରିଧାନ କରିବାକୁ ପଡ଼ୁଛି । 

ଗାଡ଼ି ଚଲେଇବା ବେଳେ ହେଉ ଅବା ଚାଲିକି ଗଲେ ମଧ୍ୟ ଗ୍ଲୋବ୍ସର ଆବଶ୍ୟକ ପଡ଼ୁଛି । ତୁଷାରପାତ ଦେଖିବା ପାଇଁ ଅଞ୍ଚଳବାସୀ ସମେତ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଆଜି ଶୀତ ମହୋତ୍ସବ ରହିଥିବା ବେଳେ ଦାରିଙ୍ଗବାଡିରେ ତୁଷାର ପାତ ମହୋତ୍ସବକୁ ଦ୍ଵିଗୁଣିତ କରିବ ।  ତୁଷାର ପାତ ଯୋଗୁଁ ବୃଦ୍ଧ ବୃଦ୍ଧାଙ୍କ ଦୁଃଖ ବଢ଼ି ଯାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ କାମ ଧନ୍ଦାକୁ ସଠିକ୍ ସମୟରେ ଯାଇ ପାରୁନାହାନ୍ତି । ଦିନ ୧୦ ଟାରୁ ୧୧ ଟା ନହେଲେ ଶୀତ ଛାଡ଼ୁ ନାହିଁ । ଦିନ ତମାମ ଥଣ୍ଡା ରହୁଥିବା ଯୋଗୁଁ ଶୀତ ବସ୍ତ୍ର ପରିଧାନ କରି ରହିବାକୁ ଇଚ୍ଛା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.