ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

Published By : Gurupada Nath | October 5, 2024 7:18 PM

ଭୁବନେଶ୍ୱର, ୫/୧୦ : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି ।  ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର  କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ର ଅଭିନାଶ ଭାରତ କିର୍ଗିଜ୍ ସମ୍ପର୍କ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସପ୍ତାହବ୍ୟାପୀ  ସେଠାରେ ବୁଲିବା ପରେ ସେପ୍ଟେମ୍ବର ୩୦ ତାରିଖରେ ଭାରତ ଫେରିଛନ୍ତି । 

ଭାରତୀୟ ଏନ୍‌ସିସି ପ୍ରତିନିଧି ଦଳର ୫ ଜଣିଆ ସଦସ୍ୟଙ୍କ ସହ ଅଭିନାଶ ସାମିଲ ହୋଇଥିବାବେଳେ ସେପ୍ଟେମ୍ବର ୨୪ ତାରିଖରେ ବିସ୍କେକ୍ ପହଂଚିଥିଲେ ।  ସେଠାରୁ ଫେରିବା ପରେ ଅଭିନାଶ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ନିଜ ଅନୁଭୂତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ପ୍ରତିନିଧି ଦଳ ସଂପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଶିକ୍ଷା, ପ୍ରତିରକ୍ଷା ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା କରିଥିଲେ । 

ସେମାନେ ବିସ୍କେକ୍‌ରେ ଅବସ୍ଥିତ ମିଲିଟାରୀ ଇନ୍‌ଷ୍ଟିଚ୍ୟୁଟ୍‌ର ପାସିଂ ଆଉଟ୍ ପରେଡ୍‌ରେ ଭାଗ ନେବା ସହ ଭାରତୀୟ ଦୂତାବାସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.