ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଅସଫିୟା ଖାନ୍‌ଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ଭିଡ଼ିଓ

Published By : Anindita Ratha | August 12, 2025 12:26 PM

ମୁମ୍ବାଇ,୧୨/୦୮:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଅସଫିୟା ଖାନ୍‌ଙ୍କ ମୃତ୍ୟୁ । ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ବେର ପନବେଲ ନିକଟରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ଅସଫିୟାଙ୍କ ସହିତ ଥିବା ଆଉ ଚାରି ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। 

ପନବେଲ ତାଲୁକା ପୁଲିସ ଷ୍ଟେସନରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, କାର୍ ଚଳାଉଥିବା ଡ୍ରାଇଭର ନୁର ଆଲମ ଖାନ୍ ଦ୍ରୁତ ଗତିରେ ଏବଂ ଅସାବଧାନତାର ସହ ଗାଡି ଚଲାଉଥିଲେ। ଯାହା ଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣା ସମୟରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଗାଡିଟି ରାସ୍ତାରେ ୩ରୁ ୪ ଥର ଓଲଟି ପଡ଼ିଥିଲା । ଫଳରେ ଅସଫିୟାଙ୍କ ସହିତ ଆଉ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ପାନବେଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। 

ତେବେ ଅସଫିୟା ଖାନ ଲକ୍ଷ୍ନୌର ବାସିନ୍ଦା ଥିଲେ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ଫଲୋଅର୍ସଙ୍କ ସହ ତାଙ୍କ ଜୀବନ ସହ ଜଡିତ ସୂଚନା ସେୟାର କରୁଥିଲେ। ଏଥିସହ ଅସଫିୟା ଟ୍ରେଣ୍ଡିଂ ଗୀତରେ ରିଲ୍ ତିଆରି କରି ଭାଇରାଲ ମଧ୍ୟ ହୋଇଥିଲେ।  ଇନଷ୍ଟାରେ ତାଙ୍କର ୧ ହଜାରରୁ ଅଧିକ ପୋଷ୍ଟ ଥିବାବେଳେ ୨ ଲକ୍ଷରୁ ଉର୍ଦ୍ଧ୍ବ ଫଲୋଅର୍ସ ଥିଲେ।  ତେବେ ତାଙ୍କ ମୃତ୍ୟୁ ଖବର ଶୁଣି  ଦୁଃଖ ପ୍ରକାଶ କରୁଛନ୍ତି ଫ୍ୟାନ୍ସ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.