ଭୁବନେଶ୍ଵର, ୨୯/୧୧ : ସୋଆ ଲିଟେରାରୀ ଫେଷ୍ଟିଭାଲ-୨୦୨୫ରେ ଜାଭେଦ ଅଖତର। ସିନେମା ଓ ସମାଜକୁ ନେଇ ଦେଲେ ବଡ଼ ବୟାନ। ସେ କହିଛନ୍ତି ଯେ, ସିନେମା ଉପରେ ସମାଜର ବଡ଼ ପ୍ରଭାବ ରହିଛି। ଫିଲ୍ମ ସମାଜକୁ ନୁହେଁ ବରଂ ସମାଜ ସିନେମାକୁ ବିଗାଡ଼ୁଛି। ଏକା କେହି କୁହନ୍ତି ନାହିଁ। ଯେମିତି ଜଣେ ଧାର୍ମିକ ବ୍ୟକ୍ତି କେବେ ଭଗବାନଙ୍କୁ ବଦନାମ କରନ୍ତି ନାହିଁ, ଠିକ୍ ସେହିଭଳି ସୋ ମ୍ୟାନ୍ କେବେ ଦର୍ଶକଙ୍କୁ ସମାଲୋଚନା କରିବ ନାହିଁ। ସିନେମା ସମାଜର ନାଡି ସ୍ୱରୂପ। ସେହିପରି ଦର୍ଶକମାନେ ହେଉଛନ୍ତି ଡାକ୍ତର। ସେମାନେ ନାଡି ଚିପି ଜାଣିପାରନ୍ତି, ସମାଜରେ କ'ଣ ଚାଲିଛି। 

ପୁରୁଷକୁ ବି କଷ୍ଟ ହୁଏ...

ଜାଭେଦ ଅଖତର ପୁଣି କହିଛନ୍ତି ଯେ, ଯେଉଁମାନେ ବିରହ ବେଦନାରେ କାନ୍ଦି ପାରନ୍ତି ସେମାନେ ସବୁଠୁ ଭଲ ମଣିଷ। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ କାହାର ସାହସ ନାହିଁ କାହାକୁ ନିଜ ଲୁହ ଦେଖେଇବାକୁ। ଲୁହର ମୂଲ୍ୟ କିଏ ବୁଝୁଛି ? ସମସ୍ତେ କୁହନ୍ତି ପୁରୁଷକୁ କଷ୍ଟ ହୁଏ ନାହିଁ। ହେଲେ ମୁଁ ଦେଖିଛି... ବାସ୍ତବରେ ପୁରୁଷକୁ ବି କଷ୍ଟ ହୁଏ।