ଅନୁଗୁଳ, ୨୮।୧ : ତାଳଚେରରେ ଦବିଲା ମାଟି। ତାଳଚେର ହାଣ୍ଡିଧୁଆଠାରେ ଦବିଛି ମାଟି। ୧୫ ଫୁଟ ଓସାରର ୧୦ ଫୁଟ ତଳକୁ ମାଟି ଦବିଛି। ଘଟଣାସ୍ଥଳରେ ପୁଲିସ ଓ ଖଣି କର୍ମଚାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଭୂତଳ କୋଇଲା ଖଣି ଯୋଗୁ ମାଟି ଦବିଥିବା ଅନୁମାନ କରାଯାଉଛି।