କାମାକ୍ଷାନଗର,୮।୨ : କଙ୍କାଡହାଡ ଥାନା ଅଧୀନ କମ୍ପୁଳେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡି ବିବାଦକୁ ନେଇ ବାପାର ଛୁରା ମାଡ଼ରେ ପୁଅ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କ୍ଷୀରୋଦ ସାହୁ ।

କମ୍ପୁଳେଇ ଗ୍ରାମରେ ବିଭୂତି ସାହୁ ଓ ତାଙ୍କ ପୁଅ କ୍ଷୀରୋଦଙ୍କ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏ ନେଇ କ୍ଷୀରୋଦ କଙ୍କଡାହାଡ ଥାନାରେ ଏତଲା ଦେବାକୁ ଯାଇଥିଲେ। ଏତଲା ଦେଇ ଫେରିବା ବେଳେ ବାଟରେ ବିଭୂତି ପୁଅ କ୍ଷୀରୋଦକୁ ଛୁରୀରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ କ୍ଷୀରୋଦଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର କ୍ଷୀରୋଦଙ୍କୁ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ବାପା ବିଭୂତି ସାହୁ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।