ପ୍ରମୂଖ ଖବର
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସମ୍ପତ୍ତି ଲୋଭରେ ଅନ୍ଧ ହେଲା ପୁଅ, ଜମିବାଡ଼ି ପାଇଁ ବାପାକୁ ଠେଙ୍ଗାରେ ପିଟି ହତ୍ୟା

Published By : Swapna Ray | June 22, 2025 12:40 PM

ନୂଆପଡ଼ା, ୨୨।୬: ଜମିବାଡ଼ି ପାଇଁ ବାପାର ଜୀବନ ନେଲା ପୁଅ । ପୁଅର ଠେଙ୍ଗା ମାଡ଼ରେ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା ।  

ଶନିବାର ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲା । ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା । ରବିବାର ପୂର୍ବାହ୍ନରେ ବେଲଟୁକୁରି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୬ ବର୍ଷୀୟ ପୁଅ ତୁଲାରାମ ବାରିହାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି । ମଧ୍ୟାହ୍ନରେ ନୂଆପଡ଼ା ଏସପି ଜିଆର୍ ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ବାପାଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ପୁଲିସ ଅଧିକ ଛାନଭିନ୍ କରୁଥିବା ସୂଚନା ଦେଇଛି ।  

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.