ସୋରଡା,୨୮।୫ : ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବାଇକରେ ଉପାନ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି। ସୋରଡ଼ା ବ୍ଲକର ବଡ ବଦାଙ୍ଗୀ, ଗୌଡ଼ ଗୋଠ, ଗାଜଳବାଡି, ଗୋଚ୍ଛା, ଅସୁରବନ୍ଧ ପଂଚାୟତ ମାନଙ୍କର ଆଦିବାସୀ ଗ୍ରାମମାନଙ୍କୁ ଯାଇ ସେମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝୁଛନ୍ତି l ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ,ବଡ ବଦାଙ୍ଗି ଗ୍ରାମପଞ୍ଚାୟତର ପିପଳପଙ୍କା ଓ ମାଣ୍ଡିଆପଲି ଗ୍ରାମ ରେ ଯୋଗଦେଇ ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିବା ଏବଂ ତାହା କିପରି ଶୀଘ୍ର ସମାଧାନ ହେବ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।
ବଣ ପାହାଡ଼ ତଥା ଉଠାଣି ଗଡ଼ାଣି ପାହାଡିଆ ରାସ୍ତାରେ ଆଦିବାସୀ ଗାଁରେ ରହୁଥିବା ଲୋକଙ୍କ ଜୀବନଶୈଳୀ କିଭଳି ରହିଛି। ସରକାରଙ୍କ ସବୁ ମୌଳିକ ସୁବିଧା ପହଞ୍ଚିଛି ନା ନାହିଁ, ତାହା ଜାଣିବା ପାଇଁ ଉପାନ୍ତ ଇଲାକା ଘଞ୍ଚ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିଛନ୍ତି l ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତର ବାଜିରମାହା, ଗଗନ ମାହା, ଖିଲାପଙ୍କା, ବୁଢାଗଡା, ହନୁମନ୍ତ ଭଳି ଆଦିବାସୀ ଗାଁରେ ଯାଇ ପହଞ୍ଚି ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ସମୀକ୍ଷା କରିଛନ୍ତି I ତେବେ ଗାଁ ଗୁଡିକୁ ପକ୍କା ରାସ୍ତା ନିର୍ମାଣ ସହ ମୌଳିକ ସୁବିଧା ପହଞ୍ଚାଇବେ ବୋଲି କହିଛନ୍ତି I ଶନିବାର ମଧ୍ୟ ଗା ଜ଼ଲ ବାଡ଼ି ପଂଚାୟତ ର ବିଭିନ୍ନ ଆଦିବାସୀ ଅଂଚଳ ଗ୍ରସ୍ତ କରି ଛନ୍ତି I ବିଧାୟକଙ୍କ ସହ ବୁଲୁ ସ୍ୱାଇଁ, ଜଗଦୀଶ ରାଜୁ, ଶିବ ଦି ଗାଲ, ଗଣେଶ ସାହୁ, ରାଧା ମୋହନ ସ୍ୱାଇଁ, କୃଷ୍ଣ ଗୌଡ଼ ସମେତ ବହୁ ସମର୍ଥକ ଏଥିରେ ଯୋଗ ଦେଇ ସହ ଯୋଗ କରୁଛନ୍ତି I