ସୋରଡ଼ା,୧୬/୧୨ : ଧନୁ ସଂକ୍ରାନ୍ତିରୁ ମକରସଂକ୍ରାନ୍ତି ଏକ ମାସ ଧରି ମୁଆଁ ଖାଇବାର ପରମ୍ପରା ଏଠାରେ ନିଆରା l ମଙ୍ଗଳ ସଂକ୍ରାନ୍ତିଠାରୁ ମୁଆଁ ଠାକୁରଙ୍କଠାରେ ପୂଜା କରାଯାଏ ଏଠାରେ I ପରେ ଘରେ ଘରେ ମୁଆଁ ଖିଆ ଆସର ଜମିଥାଏ I ଏଠାରେ ଗୁଡ଼ିଆମାନଙ୍କ ଦ୍ୱାରା ଗୁଡ଼ ମୁଆଁ, ଚିନି ମୁଆଁ ପ୍ରସ୍ତୁତ ହୋଇଥାଏ I ସ୍ୱତନ୍ତ୍ର କରି ସହରର ଆଡ଼ପମଣ୍ଡପ ସାହିରେ ରାମି ମଦନ ଦୋକାନର ଗୁଆ ଘିଅ ମୁଆଁ ସର୍ବତ୍ର ପରିଚିତ I

ପ୍ରତିଦିନ ଏଠାରେ ଭୋରରୁ ମଧ୍ୟରାତ୍ର ଯାଏଁ ୫ଜଣ ପ୍ରସ୍ତୁତିରେ ଲାଗିଥାନ୍ତି I ଏଠାରୁ କନ୍ଧମାଳ, ଗଜପତି ତଥା ଭୁବନେଶ୍ୱର ପର୍ଯ୍ୟନ୍ତ ମୁଆଁ ଯାଇଥାଏ l ଯେ କୌଣସି ଅଟକି ରହିଥିବା କାର୍ଯ୍ୟକୁ ସଫଳ କରିବା ପାଇଁ ଏହି ମୁଆଁ ସହାୟ ହୋଇଥାଏ I ଯେ କେହି ବି ଏଠାକାର ରାମିମଦନ ଦୋକାନ ଏହି ଗୁଆ ଘିଅ ମୁଆଁ ଖାଇବା ଅଟକି ରହିଥିବା କାର୍ଯ୍ୟ ଖୁସିରେ ସମ୍ପୂର୍ଣ୍ଣ କରିଦେବ I ରାଜ ନେତାଠୁ ଆରମ୍ଭ କରି ପ୍ରଶାସନ ଅଧିକାରୀ, ବ୍ୟବସାୟୀ, ଯୁବ ଗୋଷ୍ଠୀ, ମହିଳା ସମସ୍ତେ ଏଠାରୁ ନିଜେ ଖାଇବା ସହ ଅନ୍ୟମାନଙ୍କ ପାଇଁ ମୁଆଁ ନେଇଥାନ୍ତି I

ରାମି ବେହେରାଙ୍କ କହିବା ଅନୁଯାଇ ଏଠାରୁ ଭଞ୍ଜନଗର, ବ୍ରହ୍ମପୁର, ଆସ୍କା, ଦାରିଙ୍ଗବାଡ଼ି, ଭୁବନେଶ୍ୱର, ନୟାଗଡ଼, ଖୋର୍ଦ୍ଧା, କାଟୁ ପରି ସବୁ ଅଞ୍ଚଳକୁ ମୁଆଁ ପଠାଯାଏ I ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁସ୍ୱାଦୁ ଭାବେ ପ୍ରସ୍ତୁତ କରାଯାଏ I ଏହି ଏକ ମାସ ସମସ୍ତେ କେବଳ ଏହା ପ୍ରସ୍ତୁତରେ ଲାଗିଥାନ୍ତି I ଗ୍ରାହକଙ୍କ ମନ ଶାନ୍ତି ସହ ଖୁସି ହିଁ ଅତାନ୍ତ ଆନନ୍ଦ ଦେଇଥାଏ ବୋଲି କହିଛନ୍ତି I ବ୍ୟବସାୟୀ ମଦନ ସାହୁଙ୍କ କହିବା ଅନୁଯାଇ ଉତ୍ତମ ଗୁଣବତ୍ତା ଗୁଆଘିଅରେ ଆମେ ମୁଆଁ ପ୍ରସ୍ତୁତ କରୁ ଗ୍ରାହକଙ୍କ ଆବଶ୍ୟକତାକୁ ଭିତ୍ତି କରି ସ୍ୱତନ୍ତ୍ର ଧ୍ୟାନ ଦେଇଥାଉ I