ନୂଆଦିଲ୍ଲୀ,୬।୧୨:ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଗୁଳିକାଣ୍ଡ। ଶନିବାର ସକାଳୁ ପ୍ରିଟୋରିଆ ନିକଟବର୍ତ୍ତୀ ସୋଲସଭିଲ୍ ଟାଉନସିପରେ ଥିବା ଏକ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ତିନି ଜଣ ପିଲାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି।ଏହା ଛଡା ଅନ୍ୟ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଆହତଙ୍କ ବୟସ ବିଷୟରେ କୌଣସି ବିବରଣୀ ପ୍ରଦାନ କରିନାହିଁ। ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ,ଜଣେ ୧୨ ବର୍ଷର ପୁଅ ଏବଂ ଜଣେ ୧୬ ବର୍ଷର ଝିଅ ରହିଛନ୍ତି। ପୋଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରିନି। ସମ୍ପୃକ୍ତ ଥିବା ତିନି ସନ୍ଦିଗ୍ଧଙ୍କ ତଲାସି ଆରମ୍ଭ କରିଛି।
ପୋଲିସର କହିବା ଅନୁସାରେ,ସମସ୍ତ ମୃତ ଏବଂ ଆହତ ବ୍ୟକ୍ତି ବାର୍ ଭିତରେଥିଲେ। ୨୫ ଜଣଙ୍କ ଉପରକୁ ଆକ୍ରମଣକାରୀ ଗୁଳିମାଣ୍ଡ କରିଥିଲା।ଗୁଳିକାଣ୍ଡର ଉଦ୍ଦେଶ୍ୟ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି,ତିନି ଜଣ ବନ୍ଧୁକଧାରୀ ଏହି ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ହଠାତ୍ ବାର୍ ଭିତରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲେ। ଭିତରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଚାରିଆଡେ ବିଛାଡି ହୋଇପଡିଥିଲା ରକ୍ଜୁଡୁବୁଡୁ ମୃତଦେହଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ଦକ୍ଷିଣ ଆଫ୍ରିକାରେ ବିଶ୍ୱର ସର୍ବାଧିକ ହତ୍ୟା ମାମଲା ରହିଛି।୨୦୨୪ରେ୨୬,୦୦୦ରୁ ଅଧିକ ହତ୍ୟା ରେକର୍ଡ କରାଯାଇଛି। ଅର୍ଥାତପ୍ରତିଦିନ ହାରାହାରି ୭୦ରୁ ଅଧିକ ହତ୍ୟା କରାଯାଉଛି। ଦକ୍ଷିଣ ଆଫ୍ରିକାରେ ମାସ୍ ସୁଟିଂ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଗତ କିଛି ବର୍ଷ ଗୁଡିକରେ,ବିଶେଷକରି ଅନେକ ମାସ୍ ସୁଟିଂ ଘଟିଛି। ୨୦୨୨ରେ ଜୋହାନ୍ସବର୍ଗର ସୋୱେଟୋ ଟାଉନସିପରେ ୧୬ଜଣଙ୍କର ମୃତ୍ୟୁ ଘଟିଥିଲା।ଏହି ଆକ୍ରମଣଗୁଡ଼ିକ ପ୍ରାୟତଃ ବିନା ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଦ୍ବାରା କରାଯାଇଥାଏ।