ସୋନପୁର, ୧୧/୬(ଆପ୍ର): ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନଂ ୬ ତରିଆପଡା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ଅପରାହ୍ନ ୫ ଟା ରୁ ୭ ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସହରାଞ୍ଚଳ ଓ ଅଣ ସଂକ୍ରମଣ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି।
ସ୍ୱାସ୍ଥ୍ୟ ଶିବିରରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ଗୁରୁଙ୍କ ସଭାପତିତ୍ୱରେ ସଭାଟି ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଓଡିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋପାତ କରିଥିଲେ। ବୃଦ୍ଧ ଓ ବୃଦ୍ଧା ମାନଙ୍କର ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନା ଵୟୋବନ୍ଦନା ଯୋଜନାର କାର୍ଡ ସବୁ ବଣ୍ଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପଦ୍ମହଂସା ଦୋରା ଭେଷଜ ବିଶେଷଜ୍ଞ ଡା ଜିତାରାମ ବିଦ, ଡା ପ୍ରସନ୍ନ ମିଶ୍ର, ଦାନ୍ତରୋଗ ବିଶେଷଜ୍ଞ ଡା ସତ୍ୟନାରାୟଣ ପଣ୍ଡା, ଡା ବସୁମତୀ ଚୌଧୁରୀ, ଡିପିଏମ ରୂପକ କୁମାର ମହାପାତ୍ର, ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି, ଏମଏଲଏ ଆଇଏସ ଶୋଭନା ଦାଶ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡିଇଓଆଇଡିଏସପି ନାରାୟଣ ରଥ, ଏଏମ ଆଶା ତରଣୀସେନ ପଧାନ ମାନସିକ ରୋଗ ବିଭାଗର ଅନୁପ ଦାଶ, ଡିଏଲସି ଶ୍ରୀ ପଣ୍ଡା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ମହିଳା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମେମ୍ବର, ସ୍ଥାନୀୟ କାଉନସିଲର ସବୁ ଏହି ଶିବିରରେ ଉପସ୍ଥିତ ଥିଲେ।
ଏହି ଶିବିରରେ ପ୍ରାୟ 100 ଜଣ ରୋଗୀଙ୍କର ଚିକିତ୍ସା ହୋଇଥିଲା। ମାନସିକ ରୋଗ, ଅଣ ସଂକ୍ରlମକ ରୋଗ ତଥା ସିକିଲ ସେଲ ରୋଗର ଚିକିତ୍ସା କରାଯାଇଥିଲl ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲ। ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆରବିଏସକେ ଟିମର ଡାକ୍ତର ଓ ତାଙ୍କର କର୍ମଚାରୀ ସବୁ ଏହି ଶିବିର ରେ ଅଂଶ ଗ୍ରହଣ କରିଥିଲେ।