ଫିରିଙ୍ଗିଆ,୨/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ଶାଖାରେ ସଞ୍ଚୟ ଖାତା ଖୋଲି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମାରେ ଟଙ୍କା ବାନ୍ଧି ବୀମା କରିଥିବା ଦୁଇ ଜଣ ବୀମାଧାରୀଙ୍କ ମୃତ୍ୟୁ ପରେ ବୀମା ରାଶି ପ୍ରଦାନ କରାଯାଇଛି l
ସୂଚନା ଅନୁସାରେ, ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ଶାଖାରେ ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁର ଗୁଲା ମଲିକ ଏବଂ ପଲାବୃଡ଼ି ପଞ୍ଚାୟତ ମୁସେଲୀପଙ୍ଗା ଗାଁର ଜିରା କହଁର ଫିରିଙ୍ଗିଆ ଶାଖାରେ ସଞ୍ଚୟ ଖାତା ଖୋଲିବା ସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୪୩୬ଟଙ୍କା ଡିପୋଜିଟ କରିଥିଲେ ଏବଂ ଏଥିରେ ପରିବାରର ଜଣଙ୍କୁ ନୋମିନି ମଧ୍ୟ ରଖିଥିଲେ । ତେବେ ଏହି ଦୁଇ ଜଣ ବୀମାଧାରୀଙ୍କ ମୃତ୍ୟୁ ପରେ ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ଚେଷ୍ଟାରେ ତୁରନ୍ତ ଉଭୟଙ୍କ ନୋମିନିଙ୍କୁ ବୀମା ଟଙ୍କା ପ୍ରଦାନ କରାଯାଇଛି l
ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବିକାଶ ସାହୁ ଓ ଏଲଏମ ସଂଗ୍ରାମ କେଶ୍ବରୀ ସାହୁ, ଏପିଓ ସୁମନ୍ତ ଉଠାଣ ସିଂ ଏବଂ ବ୍ଲକର ହିସାବ ରକ୍ଷକ ସଦାନନ୍ଦ କହଁରଙ୍କ ଉପସ୍ଥିତରେ ଦୁଇ ଜଣ ନୋମିନିଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ବୀମା ଚେକ ପ୍ରଦାନ କରାଯାଇଛି l କମ୍ ସମୟ ମଧ୍ୟରେ ଏହି ବୀମା ରାଶି ପାଇଥିବାରୁ ଉଭୟ ମୃତକଙ୍କ ପରିବାର ଲୋକେ ଏବଂ ନୋମିନି ଖୁସି ବ୍ୟକ୍ତ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି l