ଭୁବନେଶ୍ବର, ୨୧/୧୧: ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ଶେଷ । ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ପରେ ମଞ୍ଜୁରି ମିଳିଛି । ଏଥିରେ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ହେବ । ଏହି ଆୟୋଗରେ ଜଣେ ଅଧ୍ୟକ୍ଷ ଏବଂ ୨ଜଣ ସଦସ୍ୟ ରହିବେ । ଆୟୋଗ ପୁଲିସ, ବନ, ଅବକାରୀ ବିଭାଗରେ ନିଯୁକ୍ତି କରିବ ।