ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା : ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର

Published By : Rasmita Pradhan | July 12, 2025 2:58 PM

ବାଲେଶ୍ୱର, ୧୨/୦୭ : ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା। ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ। ବାଲେଶ୍ଵର ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବିଇଡି ୨ୟ ବର୍ଷର ଜଣେ  ଛାତ୍ରୀ  ସେଠାକାର ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ସେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଧ୍ୟାପକ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ଏମିତିକି ତାଙ୍କ କଥାରେ ରାଜି ନହେଲେ ବ୍ୟାକ୍ ଲଗାଇ ଦେବାକୁ ମଧ୍ୟ ଧମକ ଦେଇ ଅସଦାଚରଣ କରିଥିଲେ। ଏହି ଘଟଣାରେ ନ୍ୟାୟ ନମିଳିଲେ ବାଧ୍ୟହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଅପରପକ୍ଷରେ ଏହି ଘଟଣାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରିବା ସହ ଅଭିଯୋଗ ଆସିଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜ୍ୟୋତିପ୍ରକାଶ ଟାଙ୍କି ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.