ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକିସ୍ତାନରେ ଟ୍ରେନ୍‌ ହାଇଜାକ୍‌ ପରେ ଆତ୍ମଘାତୀ ହମଲା , ୧୦ ଆତଙ୍କୀ ନିପାତ ; ଆକ୍ରମଣକାରୀ ନିଜକୁ ଉଡ଼ାଇ ଦେଲା

Published By : Prameya | March 13, 2025 10:34 PM

ନୂଆଦିଲ୍ଲୀ : ପାକିସ୍ତାନର ଖୈବର ପଖତୁନଖ୍ୱାର ଦକ୍ଷିଣୀ ବଜିରସ୍ତାନ ଜିଲ୍ଲାରେ ସେନାର କ୍ୟାମ୍ପ ପାଖରୁ ଏକ ଆତ୍ମଘାତୀ ଆତଙ୍କୀ ହମଲା ହୋଇଛି। ସେନାର ଯବାନମାନେ ଏହି ହମଲା ପରେ ୧୦ ଆତଙ୍କୀଙ୍କୁ ନିପାତ କରିଛନ୍ତି। ଆକ୍ରମଣକାରୀ ଗାଡ଼ିରେ ନିଜକୁ ଉଡ଼ାଇ ଦେଇଛି। ଉକ୍ତ ହମଲା ପଛରେ ତହରିକ-ଏ-ତାଲିବାନର ହାତ ଥିବାର କୁହାଯାଉଛି। ହେଲେ , ଏବେ ଅଫିସିଆଲି ସ୍ପଷ୍ଟ ହୋଇ ପାରି ନାହିଁ। 

ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଜଣ୍ଡୋଲାରେ ଜୋରଦାର ବିସ୍ଫୋରଣ ପରେ ଖୁବ୍‌ ଗୁଳିମାଡ଼ର ଶବ୍ଦ ଶୁଣା ଯାଇଥିଲା। ଆତଙ୍କବାଦୀମାନେ ଜଣ୍ଡୋଲା ଚେକପୋଷ୍ଟରେ ହମଲା କରିବାକୁ ଚେଷ୍ଟା କରି ଥିଲେ। ଆତ୍ମଘାତୀ ଆକ୍ରମଣକାରୀ ଏଫସି କ୍ୟାମ୍ପ ପାଖରେ ଏକ ଗାଡ଼ିରେ ନିଜକୁ ଉଡ଼ାଇ ଦେଇଥିଲା। 

ଜିୟୋ ନ୍ୟୁଜ ଅନୁସାରେ , ଏହି ଆତଙ୍କୀ ହମଲା ପରେ ପଡୋଶୀ ଦେଶର ଗୃହମନ୍ତ୍ରୀ ମହସିନ ନକଭି କହିଛନ୍ତି , ପାକିସ୍ତାନ ଆତଙ୍କବାଦକୁ ଶେଷ କରିବାକୁ ସୁରକ୍ଷାବାହିନୀ ସହ ଠିଆ ହୋଇଛି। ଉଲ୍ଲେଖନୀୟ ଯେ, ପାକିସ୍ତାନର ବଲୁଚିସ୍ତାନରେ ଗତ ଦିନରେ ଜାଫର ଏକ୍ସପ୍ରେସ୍‌କୁ ବିଦ୍ରୋହୀମାନେ ହାଇଜାକ୍‌ କରି ନେଇ ଥିଲ, ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ବଲୁଚିସ୍ତାନର ଘଟଣାରେ ବିଦ୍ରୋହୀମାନେ   ରେଳର  ଟ୍ରାକ୍‌କୁ ଉଡ଼ାଇ ଦେଇଥିଲେ ଏବଂ ଖଣିଜ ସମୃଦ୍ଧ ବଲୁଚିସ୍ତାନର ରାଜଧାନୀ କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ୍‌ରେ ଗୁଳିମାଡ଼ କରିଥିଲେ ,ଯେଉଁଥିରେ ବସିଥିବା ୪୪୦ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କୁ ବନ୍ଧକ କରିନିଆ ଯାଇ ଥିଲା । ବଲୁଚ ଲିବରେସନ ଆର୍ମି (ବିଏଲଏ) ହମଲାରେ ନିଜକୁ ଦାୟୀ କରିଥିଲା, ଯେଉଁଥିରେ ୨୧ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇ ଥିଲା ଏବଂ ୪ଜଣ ସୁରକ୍ଷା କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। 

ପାକିସ୍ତାନ ଇନଷ୍ଟିଟ୍ୟୁଟ୍‌ ଫର୍ କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଜିଜ୍‌ (ପିଆଇସିଏସଏସ) ଦ୍ୱାରା ତଥ୍ୟ ଅନୁସାରେ , ଜାନୁଆରୀ ୨୦୨୫ରେ ଦେଶରେ ଆତଙ୍କୀ ହମଲାରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି, ଯାହା ଗତ ମାସ ତୁଳନାରେ ୪୨ ପ୍ରତିଶତ ଅଧିକ। ତଥ୍ୟରୁ ଜଣାପଡ଼ିଛି କି ପାକିସ୍ତାନରେ ଅତି କମ୍‌ରେ ୭୪ ଆତଙ୍କବାଦୀ ହମଲା ରେକର୍ଡ କରାଯାଇଛି, ଯେଉଁଥିରେ ପରିଣାମସ୍ୱୂରପ ୯୧ଜଣଙ୍କର ମୃତ୍ୟୁ ହୋଇଛି, ୩୫ ସୁରକ୍ଷାକର୍ମୀ , ୨୦ଜଣ ନାଗରିକ ଓ ୩୬ ଆତଙ୍କବାଦୀ ସାମିଲ ଅଛନ୍ତି।

ଅନ୍ୟ ୧୧୭ ଜଣ ଲୋକ ଆତଙ୍କ ହୋଇଛନ୍ତି ,ଯେଉଁଥିରେ ୫୩ ସୁରକ୍ଷା ବାହିନୀର ଯବାନ , ୫୪ ନାଗରିକ ଓ ୧୦ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। ଖୈବର ପଖତୁନଖ୍ୱା (କେପି)ସବୁଠୁ ଖରାପ ଭାବେ ପ୍ରଭାବିତ ପ୍ରାନ୍ତ ରହିଛି, ଏହା ପରେ ବଲୁଚିସ୍ତାନ ରହିଛି। କେପିରେ ଥିବା ଜିଲ୍ଲାରେ , ଆତଙ୍କବାଦୀ ୨୭ଟି ହମଲା କରିଛନ୍ତି, ଯାହାର ପରିଣାମସ୍ୱରୂପ ୧୯ ମୃତ୍ୟୁ ହୋଇଛି, ଯେଉଁଥିରେ ୧୧ଜଣ ସୁରକ୍ଷାକର୍ମୀ , ୬ ଜଣ ନାଗରିକ ଓ ଦୁଇ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.