ନୂଆଦିଲ୍ଲୀ: ବେଙ୍ଗାଲୁରୁ ବିପକ୍ଷ ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି କମିନ୍ସ ବାହିନୀ । ବୋଲିଂ କରିବ ବେଙ୍ଗାଲୁରୁ । ଉଭୟ ଦଳ ପ୍ଲେଅଫରେ ସ୍ଥାନ ପକ୍କା କରିଛନ୍ତି । ତେବେ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ରହିବା ପାଇଁ ଆଜିର ମ୍ୟାଚ ବିଜୟୀ ହେବାକୁ ପ୍ରୟାସ କରିବ । ଏହାସହ ବଡ଼ ରନ ବ୍ୟବଧାନରେ ଜିତିଲେ ନମ୍ବର ଓ୍ବାନ୍ ମଧ୍ୟ ହେବ । ଏଣୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ।
ଉଭୟ ଦଳ ମଧ୍ୟରେ ଚଳିତ ସିଜନର ଉଦଘାଟନୀ ମୁକାବିଲା ଖେଳା ଯାଇଥିଲା । ବେଙ୍ଗାଲରୁ ଉକ୍ତ ମ୍ୟାଚକୁ ୬ ୱିକେଟ୍ରେ ଜିତିଥିଲା । ଏଥର ପ୍ରତିଶୋଧ ନେବା ପାଇଁ ହାଇଦ୍ରାବାଦ ନିକଟରେ ସୁଯୋଗ ରହିଛି । ତେବେ ବେଙ୍ଗାଲୁରୁକୁ ହରାଇବା ସହଜ ହେବ ନାହିଁ । ସବୁ ବିଭାଗରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ଭୁବନେଶ୍ୱର କୁମାର ଓ ଜୋସ ହାଜେଲଉଡ୍ ଘାତକ ବୋଲିଂ କରୁଥିବା ବେଳେ ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ ଓ ରଜତ ପାତିଦାର ବ୍ୟାଟିଂ କରି ଦଳକୁ ଜିତାଉଛନ୍ତି ।