ଭୁବନେଶ୍ବର, ୨୮/୧୧:  ରାଜ୍ୟର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନା କରିଛନ୍ତି । ୨୦୨୫-୨୬ ଆର୍ଥିକ୍ ବର୍ଷ ପାଇଁ ୧୭ ହଜାର ୪୪୦ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି । ଏଥିରେ ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି ଅଟକଳ କରାଯାଇଛି । ସେହିପରି ବିଭିନ୍ନ ଖର୍ଚ୍ଚ ବାବଦକୁ ୧୩,୭୧୬ କୋଟି ବ୍ୟୟ ବରାଦ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି ପାଣ୍ଠି ବରାଦ ହୋଇଛି ।

​​​​​​​ପ୍ରଶାସନିକ ବ୍ୟୟ ବରାଦ:​​​​​​​

୧. ପ୍ରଶାସନିକ ବ୍ୟୟ ପାଇଁ ମୋଟ୍ ୩୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିମଧ୍ୟରୁ ୧୪୦୬ କୋଟି ଟଙ୍କା ସୁଧ ଦେୟ ଓ ୧୩୩ କୋଟି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଧିଷ୍ଟ ।

୨. ସରକାରୀ ଆବାସିକ କୋଠା ଗୁଡ଼ିକର ରକ୍ଷଣାବ୍ୟକ୍ଷଣ ପାଇଁ ୨୦୫ କୋଟି ଟଙ୍କା ପ୍ରଦାନ ଏବଂ ଅଣଆବାସିକ କୋଠା ପାଇଁ ୩୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।  

୩. ରାସ୍ତା ଏବଂ ସେତୁର ରକ୍ଷଣାଭବକ୍ଷଣ ପାଇଁ ୨୫୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

୪. ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ପରଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୧୬ କୋଟି ଟଙ୍କା ବ୍ୟୟ ବରଦା କରାଯାଇଛି।

୫. ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରପଦାନ କରାଯାଇଛି ।

କୃଷି କ୍ଷେତ୍ରକୁ ବ୍ୟୟ ବରାଦ:

୧.ଅତିରିକ୍ତ ବଜେଟରେ କୃଷି କ୍ଷେତ୍ରକୁ ୧୬୭୩ କୋଟି ଟଙ୍କା ବ୍ୟୟ ବରାଦ

୨. ଧାନ କ୍ରୟ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା

୩. ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି

୪. ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ ୮୫୦ କୋଟି

୫. କୁକୁଡ଼ା ପାଳନ ବିକାଶ ପାଇଁ ୧୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି

୬. ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ୯୧ କୋଟି, ମତ୍ସ୍ୟଜୀବୀ କଲ୍ୟାଣ ପାଇଁ ୧୧୭ କୋଟି

୭. ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ ପ୍ୟାକ୍ସ ପାଇଁ ୩୦୦ କୋଟି ଟଙ୍କା ବ୍ୟବସ୍ଥା

ମହିଳା ଓ ଶିଶୁ ସଶକ୍ତିକରଣକୁ କେତେ ?

୧. ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

୨. ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

 ୩. ଅଙ୍ଗନୱାଡି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବି ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 ୪. ମମତା ଅଧୀନରେ ଗର୍ଭବତୀଙ୍କ ପାଇଁ ସର୍ତ୍ତ ମୂଳକ ନଗଦ ହସ୍ତାନ୍ତର ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି

 ୫. ICDS ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ ୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

୬. କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ବାବଦକୁ ୪୧ କୋଟି ବ୍ୟୟ ବରାଦ କରାଯାଇଛି।

୭. ପିତାମାତାହୀନ, ଏକାକୀ ପିତାମାତା ଏବଂ ଅବହେଳିତ ପିଲାମାଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

୭. ଶକ୍ତି ସଦନ (ସାମର୍ଥ) ପାଇଁ ୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

୮. ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା।

 9. ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ ୪୨୬ କୋଟି ଟଙ୍କାର ବ୍ୟବସ୍ଥା।

ସ୍ବାସ୍ଥ୍ୟ ବିଭାଗକୁ ଅତିରିକ୍ତ ବଜେଟ୍:

୧. ସ୍ବାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ ସରକାର ୧୧୬୪ କୋଟି ମଞ୍ଜୁରି କରାଯାଇଛି ।

୨. ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୩. ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ଔଷଧ କ୍ରୟ ପାଇଁ ୧୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର ।

୪. ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୦ କୋଟି ବ୍ୟୟ ବରାଦ କରାଯାଇଛି ।

୫. କଟକ ମେଡିକାଲ କଲେଜର ଉନ୍ନତିକରଣ ବାବଦକୁ ୫୦ କୋଟି ଟଙ୍କା ପ୍ରଦାନ ।

୬. ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜଙ୍ଗଲ ଓ ପରିବେଶ ପାଇଁ ଅତିରିକ୍ତ ବଜେଟ୍

୧. ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

୨. ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮୦କୋଟି ଟଙ୍କା ଏବଂ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

୩. ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପ ପାଇଁ ୨୫କୋଟି ଟଙ୍କା ଏବଂ ହାତୀ ଚଲାପଥ ପରିଚାଳନା ପାଇଁ ୨୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

୪. ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ପ୍ରକଳ୍ପ ପାଇଁ ୩୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

୫. ସବୁଜ ମହାନଦୀ ମିଶନ ପାଇଁ ୨୯କୋଟି ଟଙ୍କା ଏବଂ ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ ୧୨କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

୬. ଆଞ୍ଚଳିକ ଉଭିଦ ସମ୍ପଦ କେନ୍ଦ୍ର ଏବଂ ଜୈବ ବିବିଧତା ବୋର୍ଡ଼ ପାଇଁ ୨୦କୋଟି ଟଙ୍କା ପ୍ରଦାନ କରାଯାଇଛି ।

୭. କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନା ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ ସଂରକ୍ଷଣ ପାଇଁ ୭ କୋଟି ଟଙ୍କା ଏବଂ ଜାତୀୟ ବାଉଁଶ ମିଶନ ଅଧୀନରେ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।