ଭୁବନେଶ୍ୱର,୨୬/୦୬: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ । ୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା । ଏହି କାର୍ଯ୍ୟକ୍ରମ ଜୁନ୍ ୨୮ରୁ ୩୦ ତାରିଖ ବିଏମସି ଅଞ୍ଚଳର ବିଭିନ୍ନ ଟିକା କେନ୍ଦ୍ର, ଡାକ୍ତରଖାନା ଆଦିରେ କରାଯିବ । ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଦିଆଯିବ । ଏନେଇ ବିଏମ୍ସି ସିଟି ହେଲ୍ଥ ସୋସାଇଟ ପକ୍ଷରୁ, ସିଟି ଟାକ୍ସଫୋର୍ସ ଏବଂ ସିଟି କୋଅର୍ଡିନେସନ କମିଟିର ଏକ ମିଳିତ ବୈଠକ ହୋଇଥିଲା ।
The City Level Task Force on Immunization and 2nd City Coordination Committee meeting was held today at BMC under the chairmanship of the Additional Commissioner. The meeting primarily focused on strengthening interdepartmental coordination to improve key health interventions,… pic.twitter.com/4oyySSXQGg
— BMC (@bmcbbsr) June 25, 2026
ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ରଶ୍ମୀରେଖା ଅମାନ୍ତ, ବିଏମ୍ସିର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ, ଏଡିୟୁପିଏଚ୍ଓ ଡାକ୍ତର ନୀଳମଣି ସେନାପତି, ଏଡିପିଏଚ୍ଓ-ପରିବାର କଲ୍ୟାଣ ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ବିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ, ସିପିଏମ୍ ଏଲିନା ମହାପାତ୍ରଙ୍କ୍ ପ୍ରମୁଖ ଯାଗ ଦେଇଥିଲେ ।
Dear citizens of Bhubaneswar, IPPI-2026 will be observed from 28th to 30th June 2026. On Sunday, 28th June, all children below 5 years must be brought to the nearest polio booth between 8:00 AM and 4:00 PM to receive bivalent Oral Polio Vaccine. House-to-house visits will… pic.twitter.com/IdnjEAz5Sy
— BMC (@bmcbbsr) June 25, 2026
ପୋଲିଓ ଟିକା ସହ ଅନ୍ୟାନ୍ୟ ଟିକା ବୁଥରେ ଦେବା ସହ ଦୁଇଦିନ ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ଘର ଘର ବୁଲି ଟିକାକରଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ୍ ୨୮ରେ ବିଭିନ୍ନ ବୁଥରେ ଟୀକାକରଣ କରାଯିବ । ୨୯ ଓ ୩୦ ତାରିଖ, ଦୁଇଦିନ ଘରକୁ ଘର ବୁଲି ୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦେବେ । ଜନ ସଚେତନତା ସହ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ସମସ୍ତ ସିଡିପିଓଙ୍କୁ ନିର୍ଦେଶ ଦିଆଯାଇଛି ।