ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

‘ଅଧିକାରର ଦୁରୂପଯୋଗ କରିଛନ୍ତି’: ଆବେଦନ ଖାରଜ କରିବା ସହ ଆଜମ୍‌ ଖାନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

Published By : Tapas Panda | October 14, 2024 5:29 PM

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ରାମପୁରରେ ସରକାରୀ ଜମିକୁ ମୌଲାନା ମହମ୍ମଦ ଅଲି ଟ୍ରଷ୍ଟକୁ ଦେବା ମାମଲାରେ ଆଜମ ଖାନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଟ୍ରଷ୍ଟ ପାଖରୁ ଜମି ପ୍ରତ୍ୟାହାର କରିନେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଠିକ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ଜେବି ପାରଦୀଓ୍ବାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କ ଖଣ୍ଠପୀଠ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଟ୍ରଷ୍ଟର ଆବେଦନକୁ ଖାରଜ କରିଦେଇଛନ୍ତି ।

ଅଧିକାରର ଦୁରୂପଯୋଗ କରି ମନ୍ତ୍ରୀ ଜମି ଆବଣ୍ଟନ କରିଥିବା ନେଇ ରକେର୍ଡରୁ ଜଣାପଡ଼ିଛି ବୋଲି ଖଣ୍ଡପୀଠ କହିଛନ୍ତି । ଆଜମ ଖାନ ସହରୀ ବିକାଶ ଏବଂ ସଂଖ୍ୟାଲଗୁ କଲ୍ୟାଣ ମନ୍ତ୍ରୀ ଥିବା ବେଳେ ଜମିର ଆବଣ୍ଟନ କରିଥିଲେ । ସରକାରୀ ଜମିକୁ   ପରିବାରର ଟ୍ରଷ୍ଟକୁ ଦେଇଥିଲେ ଏବଂ ସେଥିରେ ସେ ଜଣେ ସଦସ୍ୟ ମଧ୍ୟ ଅଛନ୍ତି । ସେପଟେ ସରକାରୀ ଜମି ପାଇଁ ଉଦ୍ଦିଷ୍ଟ ପଟ୍ଟାକୁ କିଭଳି ବେସରକାରୀ ଟ୍ରଷ୍ଟକୁ ଦେଇଥିଲେ ବୋଲି ଆଜମ ଖାନଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।  

ସୂଚନାଯୋଗ୍ୟ, ସପାର ବରିଷ୍ଠ ନେତା ଆଜମ ଖାନ ଏବେ ଉତ୍ତର ପ୍ରଦେଶର ସୀତାପୁର ଜେଲରେ ଅଛନ୍ତି । ଜବରଦଖଲ ସମେତ ବିଭିନ୍ନ ମାମାଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଟ୍ରଷ୍ଟର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁ ଜମି ଉପରେ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ଗଢ଼ି ଉଠିଥିଲା ସେହି ଜମିକୁ ୨୦୧୫ରେ ଟ୍ରଷ୍ଟକୁ ଦେଇଥିଲେ ଆଜମ ଖାନ । ତେବେ ଏସଆଇଟିର ତଦନ୍ତ ପରେ ୨୦୨୩ରେ ରାଜ୍ୟ ସରକାର ଟ୍ରଷ୍ଟ ସହ ଜମି ବୁଝାମଣାକୁ ରଦ୍ଦ କରିଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.