ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସଦଗୁରୁଙ୍କ ଇଶା ଫାଉଣ୍ଡେସନ୍କୁ ଆଶ୍ବସ୍ତି, ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

Published By : Harapriya Biswal | October 3, 2024 4:37 PM

ନୂଆଦିଲ୍ଲୀ,୩।୧୦:  ଆଧ୍ୟାତ୍ମିକ ସଦଗୁରୁ ଜାଗି ବାସୁଦେବଙ୍କୁ ଗରୁବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି। ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। ଏହି ରୋକ ସେହି ସମୟରେ ଆସିଛି ଯେତେବେଳେ ଫାଉଣ୍ଡେସନ୍ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ମାମଲା ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରା ୩୦ ସେପ୍ଟେମ୍ବରରେ ଦିଆଯାଇଥିବା ନିର୍ଦେଶ ପରେ ଆରମ୍ଭ ହୋଇଥିଲା। 

ଉଲ୍ଲେଖନୀୟ ଯେ, ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଏକ ଆବେଦନ ଦାଖଲ କରିଥିଲେ। ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ। ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।କୋର୍ଟଙ୍କ ନିର୍ଦେଶର  ପରଦିନ ଅକ୍ଟୋବର ୧ ରେ ପ୍ରାୟ ୧୫୦ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ  ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। 

ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଈଶା ଫାଉଣ୍ଡେସନରେ ପୁଲିସ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ବୋଲି କହିଛନ୍ତି। କୋର୍ଟ ପୁଲିସ କିମ୍ବା ସେନାକୁ ଏପରି ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ମାମଲା ଉପରେ ଆସନ୍ତା ୧୮ରେ ପରବର୍ତ୍ତୀ ଶୁଣାଣି କରାଯିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.