ମୁମ୍ୱାଇ: ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ର ନିଶା ଏହି ସମୟରେ ଚାରିଆଡ଼େ ବିସ୍ତାର କରିଛି। ରଣବୀର ସିଂହଙ୍କ ଅଭିନୀତ ଏହି ଫିଲ୍ମର ଦୁଇଟି ପାର୍ଟ ବକ୍ସ ଅଫିସରେ ଧମାକା କରିଛି। ଫିଲ୍ମର କାହାଣୀ ସହ ଏହାର ଗୀତ ଖୁବ୍ ମନ ମୋହୁଛି। ଏହି କ୍ରମରେ ଯେକେହି ଧୁରନ୍ଧରର ଗୀତରେ ଝୁମୁଛନ୍ତି। ଏଥିରେ ଆମର କ୍ରିରେଟରମାନେ କାହିଁକି ପଛରେ ରହିବେ। ନିକଟରେ ମୁମ୍ୱାଇ ଇଣ୍ଡିଆନ୍ସର ଏକ କାର୍ଯ୍ୟକ୍ରମରେ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଧୁରନ୍ଧରର ଗୀତରେ ଝୁମିବାର ନଜର ଆସୁଛି। ସୂର୍ଯ୍ୟକୁମାର ଯାଦବଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ପସନ୍ଦ କରାଯାଉଛି। ଏହି ଭିଡ଼ିଓ ଖୁବ୍ ଭାଇରାଲ ହେଉଛି।

ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ସଦ୍ୟ ମୁମ୍ୱାଇ ଇଣ୍ଡିଆନ୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ ଇଭେଣ୍ଟରେ ସୂର୍ଯ୍ୟକୁମାର ‘ଧୁରନ୍ଧର’ରୁ ଅକ୍ଷୟ ଖାନ୍ନାଙ୍କ ‘Fa9la’ ଗୀତର ଭାଇରାଲ ଡ୍ୟାନ୍ସ ଷ୍ଟେପକୁ ରିକ୍ରିଏଟ୍ କରି ବଲିଉଡ୍ ଓ କ୍ରିକେଟ୍କୁ ଏକାଠି ଯୋଡି ଥିଲେ। ଏକ ଷ୍ଟାଇଲିଷ୍ଟ , ଫିଲ୍ମ ଏଣ୍ଟ୍ରି କରି , ସୂର୍ଯ୍ୟକୁମାର ସମସ୍ତଙ୍କୁ ଚକିତ କରିବା ସହ ଖୁସି କରାଇ ଥିଲେ।

ଗୁରୁବାର ୨ ଅପ୍ରେଲରେ ମୁମ୍ୱାଇ ଇଣ୍ଡିଆନ୍ସ ନିଜର ଇନଷ୍ଟାଗ୍ରାମ୍ରେ ସୂର୍ଯ୍ୟକୁମାରଙ୍କ ଏହି ଭିଡ଼ିଓକୁ ଅପଲୋଡ୍ କରିଛନ୍ତି। ଆଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧରରେ ଅକ୍ଷୟ ଖାନ୍ନାଙ୍କୁ ରହମାନ ଡକୈତ ଭାବେ ଦେଖିବାକୁ ମିଳିଥିଲା। ତାଙ୍କର ରୋଲ୍ ଓ ଆକ୍ଟିଂ ଠାରୁ ଆହୁରି ଅଧିକ ଧୁରନ୍ଧରରେ ତାଙ୍କର ଡ୍ୟାନ୍ସ ଷ୍ଟେପ୍ ସମସ୍ତଙ୍କୁ ତାଙ୍କର ଦିୱାନା କରିଥିଲା। ଏହି କ୍ଷଣକୁ ମୁମ୍ୱାଇ ଇଣ୍ଡିଆନ୍ସ ସୋସିଆଲ ମିଡ଼ିଆର କ୍ୟାପସନ ସହ ସେୟାର କରି ଲେଖିଛି, ଏହା ଦାଦାଙ୍କ ଷ୍ଟାଇଲ୍ ,ପୂରା ଧୁରନ୍ଧର ମୋଡ୍ । କ୍ଲିପ୍ ଖୁବ୍ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ କ୍ରିକେଟ୍ ଓ ଫିଲ୍ମ ପ୍ରଶଂସକ ଉଭୟ ଖୁସି ଅଛନ୍ତି।