ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୪୯ ବର୍ଷରେ ପାଦ ଦେଲେ ସୁସ୍ମିତା ସେନ, ୧୮ ବର୍ଷ ବୟସରେ ହୋଇଥିଲେ ମିସ୍ ୟୁନିଭର୍ସ

Published By : Anindita Ratha | November 19, 2024 9:15 AM

ମୁମ୍ବାଇ,୧୯/୧୧:ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଫ୍ୟାଶନ ଆଇକନ ସୁସ୍ମିତା ସେନ । ସେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଥାଆନ୍ତି ସବୁବେଳେ ଚର୍ଚ୍ଚାରେ । ତେବେ ଅଭିନେତ୍ରୀ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ  କରୁଛନ୍ତି । ଏହି ଅବସରରେ ତାଙ୍କ ପାଇଁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଛୁଟୁଛି ଶୁଭେଚ୍ଛାଡର ସୁଅ । 

ତେବେ ସୁସ୍ମିତା ସେନ ୧୯୭୫ ମସିହା ଆଜିର ଦିନରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବାୟୁସେନାରେ କମାଣ୍ଡର ଥିବା ବେଳେ ମାଆ ଜୁଏଲେରୀ ଡିଜାଇନର ଥିଲେ । ତେବେ ୧୯୯୪ରେ ସୁସ୍ମିତା ସେନ ମିସ ଇଣ୍ଡିଆ ଓ ମିସ୍ ୟୁନିଭର୍ସର ଟାଇଟଲ ହାତେଇଥିଲେ । ସେହି ସମୟରେ ମାତ୍ର ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା ।  ସୁସ୍ମିତା ସେନଙ୍କୁ ଭାରତର ପ୍ରଥମ ମହିଳା ମିସ୍ ୟୁନିଭର୍ସ ଆଖ୍ୟା ମଧ୍ୟ ଦିଆଯାଇଛି।ତେବେ ୧୯୯୪ମସିହାରେ ଯେତେବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଚାଲିଥିଲା । ସେତେବେଳେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଫାଇନାଲିଷ୍ଟ ହୋଇଥିଲେ। କୁହାଯାଏ ଯେ ଅନ୍ତିମ ରାଉଣ୍ଡରେ ଉଭୟ ଐଶ୍ୱର୍ଯ୍ୟା ଏବଂ ସୁସ୍ମିତା ୯.୩୩ ମାର୍କ ହାସଲ କରିଥିଲେ । 

ଏହା ପରେ ବିଚାରପତିମାନେ ନିଷ୍ପତ୍ତି ନେଇଥିଲେ ଯେ ପ୍ରତ୍ୟେକଙ୍କୁ ଗୋଟିଏ ପ୍ରଶ୍ନ ପଚରାଯିବ ଏବଂ  ସଠିକ୍ ଉତ୍ତର ଥିବା ବ୍ୟକ୍ତିଙ୍କୁ ବିଜେତା ଘୋଷିତ କରାଯିବ। ସୁସ୍ମିତା ସେନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ତୁମେ ତୁମର ଦେଶର ବୟନ ଐତିହ୍ୟ ବିଷୟରେ କିଛି ଜାଣିଛ କି? ଏହା କେବେ ଆରମ୍ଭ ହେଲା? ଏବଂ ଆପଣ କ’ଣ ପିନ୍ଧିବାକୁ ପସନ୍ଦ କରିବେ? ସୁସ୍ମିତା ଏହି ପ୍ରଶ୍ନଗୁଡିକର ସଠିକ୍  ଉତ୍ତର ଦେଇ ମିସ୍ ଇଣ୍ଡିଆର ମୁକୁଟ ଜିତିଥିଲେ ।ସେହିପରି ୨୦୧୪ରେ ସୁସ୍ମିତା ସେନ୍ ଅଟୋଇମ୍ୟୁନ ଆଡିସନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ।ଏଥିପାଇ ଷ୍ଟେରୋଏଡ ମଧ୍ୟ କାମ କଲା ନାହିଁ। ପୂର୍ବତନ ମିସ୍ ୟୁନିଭର୍ସ ତାଙ୍କ ଶରୀରକୁ ସୁସ୍ଥ କରିବା ପାଇଁ ଅନେକ ଚିକିତ୍ସା ସହାୟତା ନେଇଥିଲେ। ତାଙ୍କର ଏହି ପ୍ରୟାସ ଫଳ ଦେଇଥିଲା ଏବଂ ୨୦୧୯ ରେ ସୁସ୍ମିତା ସେନ୍ ଏହି ରୋଗରୁ ମୁକ୍ତି ପାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.