ନୂଆଦିଲ୍ଲୀ,୦୭/୦୨; ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଛି । କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏକ ବଡ଼ ବିପର୍ଯ୍ୟରୁ ଅଳ୍ପକେ ବର୍ତ୍ତିଛି ପାକିସ୍ତାନ କ୍ରିକେଟ ଦଳ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପାକିସ୍ତାନ ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍ରେ ପରାସ୍ତ କରିଛି । ଫହିମ୍ ଅସରଫ୍ ଅଳ୍ପକେ ପରାଜୟରୁ ଦଳକୁ ରକ୍ଷା କରିଛନ୍ତି । ନଚେତ୍ ୨୦୨୬ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତା । ଫହିମ୍ ଅସରଫ୍ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି
କଲମ୍ବୋରେ ଖେଳାଯାଇଥିବା ମ୍ୟାଚ୍ରେ, ନେଦରଲ୍ୟାଣ୍ଡସ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ନେଦରଲାଣ୍ଡସ । ଜବାବରେ, ପାକିସ୍ତାନ ଶେଷ ଓଭରରେ ୩ ୱିକେଟ୍ ବାକି ଥାଇ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡସର କୌଣସି ବ୍ୟାଟର ବଡ଼ ପାଳି ଖେଳି ନଥିଲେ । କିନ୍ତୁ ଅଧିନାୟକ ସ୍କଟ୍ ଏଡୱାର୍ଡସ୍ ଏବଂ ବାସ ଡି ଲିଡେ ଯଥାକ୍ରମେ ୩୭ ଏବଂ ୩୦ ରନ କରିଥିଲେ । ମାଇକେଲ୍ ଲେଭିଟ୍ ୨୪ ଏବଂ କଲିନ୍ ଆକରମ୍ୟାନଙ୍କ ୨୦ ରନ ନେଦରଲ୍ୟାଣ୍ଡସକୁ ୧୪୭ ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ।
୧୪୮ ରନର ଟାର୍ଗେଟକୁ ପିଛା କରି ପାକିସ୍ତାନର ଓପନର ସାହିବଜାଦା ଫରହାନ ୪୭ ରନ କରିଥିଲେ । ସାମ ଆୟୁବ ଦଳକୁ ଏକ ଦୃଢ଼ ଆରମ୍ଭ ଦେବା ପାଇଁ ଦ୍ରୁତ ୨୪ ରନର ଇନିଂସ ଖେଳିଥିଲେ । ଅଧିନାୟକ ସଲମାନ ଆଘା ଏବଂ ବାବର ଆଜାମ ଯଥାକ୍ରମେ ୧୨ ଏବଂ ୧୫ ରନ କରି ବିଫଳ ହୋଇଥିଲେ । ପାକିସ୍ତାନର ଦଳୀୟ ସ୍କୋର ୯୮ ରନ ଏବଂ ୫୮ ବଲରେ କେବଳ ୫୦ ରନ ଦରକାର ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ୱିକେଟ ପତନ ଆରମ୍ଭ ହୋଇଥିଲା । ବିଶେଷକରି ପଲ ଭାନ ମିକେରେନ ପାକିସ୍ତାନୀ ବ୍ୟାଟିଂକୁ ଧ୍ୱଂସ କରିଦେଇଥିଲେ । ସ୍କୋର ୧୦୦ରେ ପହଞ୍ଚିବା ବେଳକୁ ପାକିସ୍ତାନୀ ଦଳର ଅଧା ପ୍ଲେୟାର ପାଭିଲିୟନ ଫେରିଥିଲେ ।
A vital cameo from Faheem Ashraf carries Pakistan to victory in the #T20WorldCup opener 💪
— ICC (@ICC) February 7, 2026
📝: https://t.co/MB0N9eUpvK pic.twitter.com/bDjr74RC0a
ଏହା ବି ପଢନ୍ତୁ...୧୯ ବର୍ଷରୁ କମ୍ ବିଶ୍ୱ ବିଜୟୀ ଭାରତ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ, ଜାଣନ୍ତୁ କାହିଁକି ପ୍ରାଇଜ୍ ମନି ଦେଉନି ଆଇସିସିସ ?
ସ୍କୋର ୧୧୪ରେ ପହଞ୍ଚିବା ବେଳକୁ ଉଭୟ ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନୱାଜ ଏବଂ ଉସାମା ଖାନଙ୍କ ୱିକେଟ ପତନ ହୋଇଥିଲା । ପାକିସ୍ତାନ ୧୧୪ ରନରେ ୭ ଜଣ ବ୍ୟାଟରଙ୍କୁ ହରାଇଥିଲା । ଫହିମ ଆସରଫଙ୍କ ୧୧ ବଲରୁ ୨୯ ରନ ଯୋଗୁଁ ପାକିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଏଡାଇ ଯାଇଥିଲା । ପରାଜୟରୁ ଅଳ୍ପକେ ବର୍ତ୍ତିଛି ଆଘାସେନା । ୩ ୱିକେଟରେ ନେଦରଲାଣ୍ଡସ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଛି ପାକିସ୍ତାନ ।