କେନ୍ଦୁ ୦୫/୦୭: ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣା ।ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ୨୩ ବର୍ଷିୟ ଝିଅ ରୋହିଣୀ ଜୁଆଙ୍ଗ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ପାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରୋହଣୀଙ୍କ ମୃତଦେହ ଗାଁରେ ପହଞ୍ଚିଛି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୂଚନା ମିଳିଛି। ଗ୍ୟାସ ଟ୍ରାଜେଡିରେ ମୋଟ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଥିବା ବେଳେ ଏହାରି ଭିତରେ କେବଳ କେନ୍ଦୁଝର ଜିଲ୍ଲାର ୧୪ ଜଣ ଅଛନ୍ତି ।