ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଘନେଇଲା ଧାନ କିଣା ଟାର୍ଗେଟ୍ ସମସ୍ୟା; ରାଜରାସ୍ତାରେ ବସିଲେ ସମ୍ବଲପୁରର ଚାଷୀ

Published By : Harapriya Sethi | June 9, 2025 12:22 PM

ସମ୍ବଲପୁର, ୦୯/୦୬: ମିଲ୍‌କୁ ଟାର୍ଗେଟ ନ ମିଳିବାରୁ ତାତିଲେ ଚାଷୀ । ବାରମ୍ବାର ଦାବି ସତ୍ତ୍ୱେ ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ୍ ଦିଆଯାଉନଥିବାରୁ ସୋମବାର ରାଜରାସ୍ତାକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଶହ ଶହ ଚାଷୀ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି । 

ପୂର୍ବରୁ ଚାଷୀମାନେ କଟନି ଛଟନି ସମସ୍ୟାକୁ ନେଇ ରାଜପଥକୁ ଓହ୍ଲାଉଥିଲେ। ଧାନ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ପ୍ରଥମ କରି ସମ୍ବଲପୁର ଜିଲ୍ଲାର ଚାଷୀମାନେ ଧାନ ସଂଗ୍ରହ ଟାର୍ଗେଟ ପାଇଁ ଆନ୍ଦୋଳନ କରୁଛନ୍ତି । ଚାଷୀମାନେ ଏକାଠି ହୋଇ ସୋମବାର ସକାଳ ୬ ଟାରୁ ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଟାର୍ଗେଟ ନମିଳିବା ଯାଏଁ ଧାରଣା ଦିଆଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ଧାରଣାର ପ୍ରାୟ ୪ଘଣ୍ଟା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ହେଲେ ସେମାନେ ରବି ଧାନ କିଣାରେ ଟାର୍ଗେଟ ନମିଳିବା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରଥମେ ଅଦିନିଆ ବର୍ଷାରେ ବ୍ୟାପକ ଫସଳ ନଷ୍ଟ ହୋଇଥିଲା। ବର୍ତ୍ତମାନ ଧାନ ସଂଗ୍ରହ ପାଇଁ ସମବାୟ ସମିତିକୁ ଆବଶ୍ୟକ ଟାର୍ଗେଟ ମିଳୁନି। ଏଭଳି ସ୍ଥିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ରବିବାର ଚାଷୀ ତବଲା ସମବାୟ ସମିତିରେ ତାଲା ପକାଇଥିଲେ। ଏହା ପରେ ସୋମବାର ସିନ୍ଦୁରପଙ୍କ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ରବି ଧାନ କିଣିବାକୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ୍ ସମ୍ବଲପୁର ଜିଲ୍ଲାକୁ ମିଳିଥିଲା । ପରେ ଆଉ ୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଯୋଗାଣ ନିଗମ ନିଷ୍ପତ୍ତି ନେଇଥିଲା। ହେଲେ ଏହି ଟାର୍ଗେଟ କମ୍ ବୋଲି ଚାଷୀ ସଂଗଠନ ଦାବି କରିଥିଲା। ତେଣୁ ଧାନ କିଣାରେ ଅଧିକ ଟାର୍ଗେଟ ଦେବାକୁ କୁହାଯାଇଥିଲା। କିନ୍ତୁ ସମବାୟ ସମିତିକୁ ନୂଆ ଟାର୍ଗେଟ ନମିଳିବାରୁ ଗତ ୪ ଦିନ ହେଲା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ମଣ୍ଡିରେ ଅଚଳାବସ୍ଥା ଲାଗି ରହିଥିଲା। ଯାହା ପରେ ରବିବାର ତବଲା ମଣ୍ଡିରେ ଚାଷୀମାନେ ତାଲା ପକାଇଥିଲେ ।

ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ସଦର ଏସଡିପିଓଙ୍କ ସହ ଘଟଣାସ୍ଥଳରେ ପୁଲିସକର୍ମୀ ମୁତୟନ ହୋଇଛନ୍ତି । ସମ୍ବଲପୁରରୁ ଦେବଗଡ଼ ଦେଇ କୋଲକାତା ଓ କଟକକୁ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.