ଭୁବନେଶ୍ୱର ୨୧/୧୧: ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ  ଅଭିଭାବକଙ୍କୁ ନେଇ ହେବ ସ୍ୱତନ୍ତ୍ର ବୈଠକ । ଆସନ୍ତା ୩୦ ତାରିଖରେ  ଏହି ବୈଠକ ବସିବ । ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ  ପ୍ରାଧିକରଣ (ଓସେପା) ପକ୍ଷରୁ ଚିଠି କରାଯାଇଛି । ଗୋଷ୍ଠୀ ଓ ବିଦ୍ୟାଳୟ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ ପାଇଁ ଏହି କାର୍ଯ୍ୟକ୍ରମ କରାଯିବ ।  ବୈଠକରେ ବିଶେଷ କରି ଅଟୋମେଟେଡ୍‌ ପରମାନେଣ୍ଟ ଏକାଡେମୀ  ଆକାଉଣ୍ଟ ରେଜିଷ୍ଟ୍ରି (ଅପାର) ବିଷୟରେ ଆଲୋଚନା କରାଯିବ ।  ପିତାମାତା ତଥା ଆଇନଗତ ଅଭିଭାବକ ସେମାନଙ୍କ ପିଲାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ ଅପାର ଆଇଡି  ସୃଷ୍ଟି କରିବା ଲାଗି ସମ୍ମତି ସ୍ୱାକ୍ଷର କରିବେ । ଏହି ସମ୍ମତିପତ୍ରକୁ ସ୍କୁଲର  ପ୍ରଧାନଶିକ୍ଷକ ସଂଗ୍ରହ କରିବେ । ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ  ବିଦ୍ୟାଳୟରେ ପାଳନ କରାଯିବ । ସୂଚନାଯୋଗ୍ୟ, ଅପାର ଆଇଡି ପାଇଁ  କିଛି ଅଭିଭାବକ ଅମଙ୍ଗ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।