ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

INDvsENG: ବାରବାଟୀରେ ଭାରତର ବିଜୟ ବେଶୀ, ଇଂଲଣ୍ଡକୁ ମିଳିପାରେ କଡ଼ା ଟକ୍କର

Published By : Tapas Panda | February 8, 2025 11:33 PM

Image Courtesy: news24online

ଭୁବନେଶ୍ବର: ରବିବାର କଟକର ବାରବାଟୀ ଷ୍ଟାଡିୟମରେ ହାଇଭୋଲଟେଜ୍‌ ମ୍ୟାଚ୍‌ । ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌କୁ ନେଇ ସବୁଠି ଉତ୍ସାହ । ମ୍ୟାଚ୍‌ ପାଇଁ ବାରବାଟୀ ପ୍ରସ୍ତୁତ ଥିବା ଖେଳପ୍ରେମୀ ମଧ୍ୟ ତୟାର । ଏସବୁ ଭିତରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ର ଇତିହାସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ତେବେ ଏଠାରେ ଇଂଲଣ୍ଡ ଟିମ୍ ଭାରତ ବିପକ୍ଷରେ ୫ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇଛି ।  

ଅନ୍ୟପଟେ ଭାରତ ୩ଟି ମ୍ୟାଚ୍ ଜିତିଛି । ମୋଟ୍ ଉପରେ ଟିମ୍ ଇଣ୍ଡିଆ ଏହି ଷ୍ଟାଡିୟମରେ ୧୭ଟି ଦିନିକିଆ ମ୍ୟାଚ୍ ଖେଳିଛି । ଏଥିରୁ ୧୩ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଇଂଲଣ୍ଡ ଟିମ୍ ବାରବାଟୀ ଷ୍ଟାଡିୟମରେ ମୋଟ ୬ଟି ଦିନିକିଆ ଖେଳିଛି । ଏଥିରୁ ଗୋଟିଏ ମୁକାବିଲା ପାକିସ୍ତାନ ବିପକ୍ଷରେ ୧୯୮୯ରେ ଖେଳିଥିଲା ଏବଂ ଜିତିଥିଲା । ଭାରତ ବିପକ୍ଷରେ ୫ଟି ମୁକାବିଲା ମଧ୍ୟରୁ ୨ଟିରେ ବିଜୟୀ ହୋଇଥିଲା ଇଂଲଣ୍ଡ । 

ବାରବାଟୀ ଷ୍ଟାଡିୟମରେ ଭାରତୀୟ ଟିମ୍ ଶେଷ ଥର ପାଇଁ ୨୦୦୩ ନଭେମ୍ୱର ୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍‌ରେ ୪ ୱିକେଟରେ ପରାଜିତ ହୋଇଥିଲା ଭାରତୀୟ ଦଳ । କଟକ ଷ୍ଟାଡିୟମରେ ପ୍ରଥମ ମୁକାବିଲା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହିଁ ଖେଳାଯାଇଥିଲା । ୧୯୮୨ ଜାନୁଆରୀ ୧୭ରେ ଖେଳାଯାଇଥିବା ଏହି ମୁକାବିଲାକୁ ଭାରତୀୟ ଟିମ୍ ୫ ୱିକେଟରେ ନିଜ ନାଁରେ କରିଥିଲା । ଏହି ମୁକାବିଲାରେ ସୁନୀଲ ଗାଭାସ୍କର ୮୭ ବଲରେ ୭୧ ରନ୍ କରିଥିଲେ । 

Watch Video: ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା, କ୍ଲିନ୍‌ ବୋଲ୍ଡ ହୋଇ ଫେରିଲେ ପାଭିଲିୟନ୍‌

ଭାରତୀୟ ଟିମ୍ ବାରବାଟୀ ଷ୍ଟାଡିୟମରେ ଗତ ୭ ଦିନିକିଆ ମ୍ୟାଚ୍ ଜିତିଛି । ରୋହିତ୍ ବାହିନୀ ରବିବାର ମ୍ୟାଚ୍ ଜିତି ଲଗାତାର ୮ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ କରିବାକୁ ଚେଷ୍ଟା କରିବ । ବାରବାଟୀ ଷ୍ଟାଡିୟମରେ ସବୁଠୁ ଅଧିକ ରନ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ତେନ୍ଦୁଲକର ଏହି ଷ୍ଟାଡିୟମରେ ୧୦ ମ୍ୟାଚ୍ ଖେଳି ୪୬୯ ରନ୍ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.