ପ୍ରମୂଖ ଖବର
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସ୍ତ୍ରୀଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଲେ ଟେକ୍ ଉଦ୍ୟୋଗୀ; ସୋଶିଆଲ ମିଡିଆରେ ଭାଇରାଲ ଭିଡିଓ

Published By : Bijay Swain | March 24, 2025 5:46 PM

Internet

ନୂଆଦିଲ୍ଲୀ: ଚେନ୍ନାଇର ଜଣେ ଟେକ୍ ଉଦ୍ୟୋଗୀ ନିଜ ସ୍ତ୍ରୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ସେ ନିଜ ସ୍ତ୍ରୀଙ୍କ ଦ୍ୱାରା ଅତ୍ୟାଚାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯୁବକ ଜଣଙ୍କକ ନାମ ପ୍ରଶନ୍ନ ଶଙ୍କର ବୋଲି ଜଣାପଡିଛି। ଗତ ରବିବାର ସଂଧ୍ୟ୍ୟାରେ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ପିଲାର କଷ୍ଟଡି ସହ ଛାଡପତ୍ର ପାଇଁ ନିଜ ସ୍ତ୍ରୀ ଓ ଚେନ୍ନାଇ ପୋଲିସ ଦ୍ୱାରା ନିର୍ଯାତିତ ହେଉଛନ୍ତି ବୋଲି କହୁଥିବା ଦେଖାଦେଇଛି। 

ସୂଚନା ମୁତାବକ, ତ୍ରିଚିରେ ଥିବା ନେସନାଲ ଇନିଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜିରୁ ଶଙ୍କର ସ୍ନାତକରେ ପାସ କରିଥିଲେ। ଏହାପରେ ସେ ସିଙ୍ଗାପୋରରେ ଥିବା କ୍ରିପ୍ଟୋ ସୋଶିଆଲ ନେଟୱାର୍କ ଓଏକ୍ସପିପିଏଲ.ସିଓଏମକୁ ପ୍ରତିଷ୍ଠା କରିଥିଲେ। ତେବେ କିଛିଦିନ ତଳେ ସେ ନିଜ ପତ୍ନୀଙ୍କୁ ଅନ୍ୟଜଣଙ୍କ ସହ ସମ୍ପର୍କରେ ଥିବା ଜାଣିବାକୁ ପାଇଥିଲେ। ଆଉ ଏହାପରେ ସେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ। ଶଙ୍କର ଏକ୍ସରେ ପୋଷ୍ଟ କରିଥିବା ଭିଡିଓଟି ବର୍ତ୍ତମାନ ସୁଦ୍ଧା ୮.୬ ମିଲିୟନରୁ ଅଧିତ ଭ୍ୟୁ ହାସଲ କରିଥିବା ଜଣାପଡିଛି।

ଶଙ୍କର ନିଜ ପତ୍ନୀ ଦିବ୍ୟାଙ୍କୁ ଅନ୍ୟ ପୁରୁଷ ସହ ଧରିବା ପରେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ମିଛ ଅଭିଯୋଗ ଆଣିଥିଲେ। ସେ ପୋଲିସରେ ଏନେଇ ଅଭିଯୋଗ କରିବା ସହ ଶଙ୍କରଙ୍କ ଉପରେ ଛାଡପତ୍ର ପାଇଁ ବହୁ ଟଙ୍କା ଦାବି କରିଥିଲେ। ତେବେ ଏନେଇ ଉଭୟଙ୍କ ଭିତରେ କଥାବର୍ତ୍ତା ଜାରି ରହିଥିବା ବେଳେ ଦିବ୍ୟା ଶଙ୍କରଙ୍କ ଉପରେ ଯୈତୁକ ନିର୍ଯାତନା ଓ ଘରୋଇ ହିଂସା ଭଳି ପୋଲିସ ଅଭିଯୋଗ କରିଥିଲେ। ଏହାସହ ସେ ଆମେରିକାରେ ମଧ୍ୟ ଶଙ୍କରଙ୍କ ବିରୁଦ୍ଧରେ ଛାଡପତ୍ର ଆବେଦନ କରିଛନ୍ତି ବୋଲି ଜଣାପଡିଛି। ତେବେ ଆମେରିକାରେ ହୋଇଥିବା ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ଥିବା ଜଣାପଡିଛି। 

ଦିବ୍ୟା ସେମାନଙ୍କର ୯ ବର୍ଷିୟ ପୁଅକୁ ଧରି ଆମେରିକା ଚାଲିଯାଇଥିଲେ। ଏଣୁ ଶଙ୍କର ବାଧ୍ୟ ହୋଇ ଏକ ଆନ୍ତର୍ଜାତିୟ ଶିଶୁ ଅପହରଣ ମାମଲା ଦାୟର କରିଥିଲେ। ଏହି ମମଲାରେ ଆମେରିକାର ଏକ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇବା ସହ ଦୁଇଜଣଙ୍କ ଭିତରେ ଏକ ଏମଓୟୁ ମଧ୍ୟ ସାଇନ କରେଇଥିଲେ। ଏହି ଏମଓୟୁରେ ସେ ନିଜ ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ୯ କୋଟି ଟଙ୍କା ଦେଇଥିବା ବେଳେ ତାଙ୍କ ଶିଶୁ ପୁତ୍ରକୁ ଉଭୟଙ୍କ କଷ୍ଟଡିରେ ରଖାଯିବାର ପ୍ରାବଧାନ ରହିଛି। କିନ୍ତୁ ଦିବ୍ୟା ଏମଓୟୁକୁ ଏଡାଇ ପୁଅକୁ ଧରି ଫୁଣିଥରେ ଆମେରିକା ଚାଲିଯାଇଥିଲେ ବୋଲି ଶଙ୍କର ଅଭିଯୋଗ ଆଣିଛନ୍ତି। 

ତେବେ ଦିବ୍ୟା ଏନେଇ ଚେନ୍ନାଇ ପୋଲିସ ନିକଟରେ ମିଛ ଅଭିଯୋଗ କରିବା ପରେ ଚେନ୍ନାଇ ପୋଲିସ ତାଙ୍କୁ ଖୋଜିଖୋଜି ଆସି ସେ ରହୁଥିବା ହୋଟେଲରେ ଆସି ପହଞ୍ଚିଥିଲା। ହେଲେ ଗିରଫ ଭୟରେ ଶଙ୍କର ନିଜ ପୁଅକୁ ଧରି ହୋଟେଲ ଛାଡି ଚାଲିଯାଇଥିଲେ। ପୋଲିସଙ୍କୁ ତାଙ୍କ ପୁଅ ସୁରକ୍ଷିତ ଥିବା ନେଇ ପ୍ରମାଣ ଜାରି କରିଥିଲେ ମଧ୍ୟ ପୋଲିସ ତାଙ୍କ ସାଙ୍ଗସାଥୀ ଓ ପରିବାର ଉପରେ ବାରମ୍ୱାର ଚାପ ପକାଉଛନ୍ତି ବୋଲି ସେ କହିଛନ୍ତି।

ଦିବ୍ୟା ମଧ୍ୟ ଶଙ୍କରଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି। ତିନି ସପ୍ତାହ ପୂର୍ବେ ଶଙ୍କର ଭାରତରେ କିଛି ସମ୍ପତ୍ତି ଜନିତ ବିବାଦ ହୋଇଥିବା କଥା କହି ମତେ ଭାରତକୁ ଆଣିଥିଲେ। କିନ୍ତୁ ମୁଁ ଭାରତରେ ପହଞ୍ଚିବା ପରେ ସେ ଜୋରଜବରଦସ୍ତ ମୋ ପୁଅକୁ ମୋଠୁ ଛଡାଇ ନେଇଥିଲେ। ଏଣୁ ମୁଁ ଚେନ୍ନାଇ ପୋଲିସରେ ଅଭିଯୋଗ କରିଥିଲି। ପୋଲିସ ମତେ ମୋ ପୁଅକୁ ଫେରାଇଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ସଙ୍କର ସବୁବେଳେ ଖସିଯାଉଛନ୍ତି। ଏହା ସହ ସିଙ୍ଗାପୁରରେ ଶଙ୍କର ଯୌନ ଉତ୍ପୀଡନର ମାମଲାରେ ଗିରଫ ହୋଇଥିଲେ। ବର୍ତ୍ତମାନ ସେ ଜେଲ୍ ରୁ ଜାମିନରେ ଆସିଛନ୍ତି ବୋଲି ଦିବ୍ୟା ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। 

ତେବେ ଖବର ଲେଖାହେବା ଯାଏଁ କୈଣସି ଅଧିକାରୀ ଏନେଇ କିଛି ମନ୍ତବ୍ୟ ଜାରି କରିନାହାନ୍ତି। ଏହାସହ ଚେନ୍ନାଇ ପୋଲିସ ମଧ୍ୟ ଏନେଇ କୈଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.