ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ତେଜସ୍ୱୀ କହିଲେ ଭୋଟର ଲିଷ୍ଟରେ ମୋ ନାଁ ନାହିଁ, ନିର୍ବାଚନ କମିଶନ ଦେଲେ ଏଭଳି ଜବାବ

Published By : Harapriya Biswal | August 2, 2025 7:02 PM

ନୂଆଦିଲ୍ଲୀ,୨।୮:  ଆରଜେଡି ନେତ ତେଜସ୍ୱୀ ଯାଦବଙ୍କ ବଡ଼ ବୟାନ। ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ଦ୍ବାରା ଶୁକ୍ରବାର ଜାରି ଡ୍ରାଫ୍ଟ ଭୋଟର ଲିଷ୍ଟରେ ମୋ ନାଁ ନାହିଁ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ବୀ କହିଛନ୍ତି, ମୁଁ ବିହାରରେ ମତଦାନ ସୂଚୀର ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍‌(ଏସଆଇଆର) ବେଳେ ମୁଁ ନିର୍ବାଚନ ସମୟରେ ଗଣନା ଫର୍ମ (Enumeration Forms) ପୂରଣ କରିଥିଲି। କିନ୍ତୁ ମୋର ନାଁର ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ମୁଁ ଆଗାମୀ ବିଧାନସଭା ନିର୍ବାଚନରେ କିପରି ଲଢ଼ିବି? ତେଜସ୍ୱୀ ଯାଦବ କହିଛନ୍ତି ଯେ ଯେତେବେଳେ ସେ ନିର୍ବାଚନ କମିଶନଙ୍କ ପୋର୍ଟାଲରେ ତାଙ୍କର ECIP (ଇଲେକ୍ଟର ଫଟୋ ପରିଚୟ ପତ୍ର) ନମ୍ବର RAB2916120 ପ୍ରବେଶ କରି ସର୍ଚ୍ଚ  କରିଥିଲେ, ସେତେବେଳେ ଏଥିରେ 'ନୋ ରେକର୍ଡ ଫାଉଣ୍ଡ’ ଦେଖାଯାଇଥିଲା।

ତଥାପି, ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କ ଦାବିର ସତ୍ୟତା ଯାଞ୍ଚ କରିବା ସମୟରେ କହିଛନ୍ତି ଯେ ତାଙ୍କ ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ରହିଛି।  ନିର୍ବାଚନ କମିଶନ ଭୋଟର ତାଲିକାର ଡ୍ରାଫ୍ଟ ମଧ୍ୟ ପ୍ରକାଶ କରିଛନ୍ତି, ଯେଉଁଥିରେ ତେଜସ୍ୱୀଙ୍କ ନାମ, ବୟସ, ପିତାଙ୍କ ନାମ, ଘର ନମ୍ବର ସହିତ ତାଙ୍କ ଫଟୋ ରହିଛି। ଆରଜେଡି ନେତାଙ୍କ ଅଭିଯୋଗ ଉପରେ, ନିର୍ବାଚନ କମିଶନ ତୁରନ୍ତ ଜବାବ ରଖିଛନ୍ତି।  ଇସି କହିଛନ୍ତି,'ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାଁ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଆମେ ତାଲିକା ସେୟାର କରିଛୁ ଏବଂ ତାଙ୍କୁ ତାଙ୍କ ନାଁ ଭଲ ଭାବରେ ଯାଞ୍ଚ କରିବାକୁ ଅନୁରୋଧ କରୁଛୁ।' 

ନିର୍ବାଚନ କମିଶନଙ୍କ ଦ୍ୱାରା ସେୟାର କରାଯାଇଥିବା ରେକର୍ଡରେ, ତେଜସ୍ୱୀ ଯାଦବଙ୍କ ECIP ନମ୍ବର RAB0456228 ଥିଲା। ନିର୍ବାଚନ କମିଶନଙ୍କ ଦ୍ୱାରା ସେୟାର କରାଯାଇଥିବା ଡ୍ରାଫ୍ଟ ଭୋଟର ତାଲିକାରେ ତେଜସ୍ୱୀ ଯାଦବଙ୍କ ନାମ କ୍ରମିକ ସଂଖ୍ୟା ୪୧୬ ରେ ରେକର୍ଡ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.