ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Syria: ଈଦ୍ ସମୟରେ ସିରିଆରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ; ନାଗରିକଙ୍କ ପାଇଁ ଚେତାବନୀ ଜାରି କଲା ଆମେରିକା

Published By : Bijay Swain | March 29, 2025 8:45 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଷ୍ଟେଟ୍ ଡିପାର୍ଟମେଣ୍ଟ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରି ସିରିଆରେ ଥିବା ତାଙ୍କ ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ଏହି ଚେତାବନୀ ଅନୁସାରେ, ଆସନ୍ତା ଈଦ୍ ଉଲ୍-ଫିତର ଉତ୍ସବ ସମୟରେ ସିରିଆରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି। ଆତଙ୍କବାଦିମାନେ ଏହି ଆକ୍ରମଣ ଦୂତାବାସ, ଅନ୍ତର୍ଜାତୀୟ ସଂଗଠନ ଏବଂ ଦାମାସକସ୍‌ରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରାଯାଉଛି।

ଷ୍ଟେଟ୍ ଡିପାର୍ଟମେଣ୍ଟ କହିଛନ୍ତି ଯେ, ଏକାକ ଆକ୍ରମଣକାରୀ, ସଶସ୍ତ୍ର ବନ୍ଦୁକଧାରୀ କିମ୍ବା ବିସ୍ଫୋରକ ଜରିଆରେ ଏହି ଆକ୍ରମଣ ହୋଇପାରେ। ଏହି ସୂଚନା ସହିତ ଆମେରିକୀୟ ନାଗରିକମାନଙ୍କୁ ତୁରନ୍ତ ସିରିଆ ତ୍ୟାଗ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ସିରିଆ ପାଇଁ 'ଲେଭେଲ୍ ୪: ଡୁ ନଟ ଟ୍ରାଭେଲ' ଚେତାବନୀ ଜାରି କରାଯାଇଛି। ଏହି ସ୍ତରର ସୂଚକାଙ୍କ ସାଧାରଣତ ଆତଙ୍କବାଦ, ଗୃହଯୁଦ୍ଧ, ଅପହରଣ, ସଶସ୍ତ୍ର ଆକ୍ରମଣ ଏବଂ ବନ୍ଧକ ହେବାର ଆଶଙ୍କାକୁ ଆଧାର କରି ଜାରି କରାଯାଇଛି।

ବର୍ତ୍ତମାନ ସିରିଆରେ ଚାଲିଥିବା ଅସ୍ଥିର ପରିସ୍ଥିତି, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଆମେରିକା ଏହି ପଦକ୍ଷେପ ନେଇଛି। ଦମାସ୍କସରେ ଥିବା ଆମେରିକୀୟ ଦୁତାବାସ ୨୦୧୨ ପରଠୁ ବନ୍ଦ ରହିଛି। ତେଣୁ ସିରିଆରେ ଥିବା ଆମେରିକୀୟ ନାଗରିକମାନଙ୍କୁ ଆମେରିକା ଜରୁରିକାଳୀନ ସେବା ଯୋଗାଇ ପାରୁନାହିଁ। ଏଣୁ ନିଜ ନାଗରିକମାନଙ୍କୁ ସତ୍ତର୍କ କରିବା ପାଇଁ ଆମେରିକା ଏହି ସର୍କ୍ୟୁଲାର ଜାରି କରିଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.