ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ବିଧାନସଭାର ଶେଷ ଅଧିବେଶନ : ୪ରେ ସର୍ବଦଳୀୟ ବୈଠକ, ୫ରେ ବିଜେଡି ବିଧାୟକ ଦଳ ବୈଠକ

Published By : Prameya | January 30, 2024 12:50 PM

ଭୁବନେଶ୍ଵର, ୩୦/୦୧ : ବିଧାନସଭାର ଶେଷ ଅଧିବେଶନ ଲାଗି ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆସନ୍ତା ୪ ତାରିଖ ସନ୍ଧ୍ୟା ସାଢେ ୬ଟାରେ ବୈଠକ ବସିବ। ସେହିପରି ୫ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ପୂର୍ବାହ୍ନ ୧୦ଟା ୧୫ରେ ବୈଠକ ବସିବ ବୋଲି ସୂଚନା ଦେଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଏହି ବୈଠକରେ ଗଠନ ମୂଳକ ସହଯୋଗ ଓ ପରାମର୍ଶ କରାଯିବ ବୋଲି ଆଶା ରଖାଯାଇଛି। 

ସାଇନ ବୋର୍ଡରେ ଓଡ଼ିଆ ଭାଷା ବାଧ୍ୟତାମୂଳକ

ସୂଚନାନୁଯାୟୀ, ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶେଷ ବଜେଟ ଅଧିବେଶନ ବସିବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ ହେବ । ଏଥିରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ଆଗକୁ ନିର୍ବାଚନ ଥିବାରୁ ଏହା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ଏଥିଲାଗି ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏଥିରେ ୪ ମାସର କାମ ଚଳା ବଜେଟ ଆସିବ । ନିର୍ବାଚନ ଥିବାରୁ ଏହି ବଜେଟରେ ରାଜ୍ୟ ସରକାର କେତେକ ନୂଆ ଯୋଜନା ଘୋଷଣା କରିପାରନ୍ତି । ଏହାପରେ ସରକାର ଭାଙ୍ଗିବେ ରାଜ୍ୟ ସରକାର । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.