ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାଇନ ବୋର୍ଡରେ ଓଡ଼ିଆ ଭାଷା ବାଧ୍ୟତାମୂଳକ, ୧୯୦୦ ବ୍ୟବସାୟିକ ଅନୁଷ୍ଠାନକୁ ଶ୍ରମ ବିଭାଗର ନୋଟିସ୍‌

ଭୁବନେଶ୍ୱର,୩୦/୦୧:  ଓଡିଆ ବିଶ୍ୱ ଭାଷା ସମ୍ମିଳନୀ ପୂର୍ବରୁ ରାଜଧାନୀରେ ଓଡିଆ ସାଇନ ବୋର୍ଡକୁ ଜୋରଦାର କରାଯାଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ବିଏମ୍‌ସିର ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ୧୫ ଦିନରେ ପାଖାପାଖି ୧୯୦୦ ଦୋକାନକୁ ନୋଟିସ୍‌  ଜାରି କରିଛି ଶ୍ରମ ବିଭାଗ ।  

ଦୋକାନ ଓ ବ୍ୟବସାୟିକ  ଅନୁଷ୍ଠାନରେ ଓଡ଼ିଶା ଭାଷା ଲେଖିବା  ବାଧ୍ୟତାମୂଳକ କରାଯାଇଛି । ରାଜଧାନୀରେ  ଏକାଧିକ ଦୋକନ ଏହି ନିୟମକୁ ଫୁ ରେ  ଉଡାଉଛନ୍ତି । କେବଳ ଇଂରାଜୀ ଭାଷାରେ  ନାମଫଳକ ଲେଖୁଛନ୍ତି । ସେପଟେ ଆଗକୁ ଓଡିଆ ବିଶ୍ୱ ଭାଷା ସମ୍ମିଳନୀ ଥିବାରୁ  ଚଢାଉକୁ ଜୋରଦାର କରାଯାଇଛି ।  

ଭିକ୍ଷାବୃତ୍ତି ମୁକ୍ତ ଭାରତ ଅଭିଯାନ: ୨୦୨୬ ସୁଦ୍ଧା ଦେଶର ୩୦ଟି ପର୍ଯ୍ୟଟନସ୍ଥଳୀକୁ ଭିକାରିମୁକ୍ତ କରିବାକୁ ଯୋଜନା

ଏନେଇ ଶ୍ରମ ବିଭାଗ ପକ୍ଷରୁ ୨୦  ଜଣିଆ ଟିମ୍‌ ଗଠନ କରାଯାଇଛି । ପୁରୀ, ନୟାଗଡ, ଖୋର୍ଦ୍ଧାରୁ ଶ୍ରମ ବିଭାଗର ଅଧିକାରୀ ଭୁବନେଶ୍ୱରରେ ଡେରା  ପକାଇଛନ୍ତି । ପ୍ରତିଦିନ ଦୋକାନ ଉପରେ ଚଢାଉ କରାଯାଇ ନୋଟିସ ଦିଆଯାଉଛି । ମାସେ ଭିତରେ ସାଇନ୍‌ ବୋର୍ଡରେ ଓଡିଆ ନ ଲେଖିଲେ କୋର୍ଟରେ ମାମଲା  ହେବା ନେଇ ନୋଟିସ୍‌ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ସରକାରୀ କାର୍ଯ୍ୟାଳୟ ଦୁଆର ମାଡ଼ି  ନାହିଁ ଶ୍ରମ ବିଭାଗ । ଏକାଧିକ ସରକାରୀ  କାର୍ଯ୍ୟଳୟରେ ନାମ ଫଳକ ଓଡିଆ ଭାଷାରେ ଲେଖାଯାଇନାହିଁ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.