ପାଟଣା,୧।୩ :  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ  ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ଜହ୍ନେଇ ନାଳ ପୋଲରେ ଦୁର୍ଘଟଣା । ଭାରସାମ୍ୟ ହରାଇ  ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା  କାର୍  । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି । ମୃତକ  ପାଟଣା ଟାଇଁସିରା  ଗ୍ରାମର ଦେବାନନ୍ଦ ପୃଷ୍ଟି ଏବଂ ଗୁରୁତର ଟାଙ୍ଗରପଡା ର ସଙ୍କର୍ଷଣ ସାହୁ । 

ଟାଇଁସିରା  ଗ୍ରାମର ଦେବାନନ୍ଦ ପୃଷ୍ଟି ଏବଂ ଟାଙ୍ଗରପଡାର ସଙ୍କର୍ଷଣ ସାହୁ ଉଭୟ କାର ଯୋଗେ ତୁରୁମୁଙ୍ଗା ରୁ ପାଟଣାକୁ ଯାଉଥିଲେ। ଏହି  ସମୟରେ ପୋଲ ଉପରେ କାରଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଙ୍କୁ ଗାଡି ଭିତରୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ।