କେନ୍ଦୁଝର ସଦର,୨୭/୧୨: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରୌପ୍ୟ ଜୟନ୍ତୀର ପଞ୍ଚମ ଦିନର ମ୍ୟାଚ୍ ବାଲେଶ୍ୱର ଏବଂ ଝୁମ୍ପୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ପ୍ରାରମ୍ଭରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମ ପତ୍ନୀ ପ୍ରିୟଙ୍କା ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି। ଆଜିର ଖେଳରେ ଋଷି ଲାୟନ ଝୁମ୍ପୁରା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଅଭରରେ ୬ ୱିକେଟ୍ ହରାଇ ୨୭୩ ରନ କରିଥିଲା। ୨୭୪ ବିଜୟ ଲକ୍ଷକୁ ପିଛା କରି ରାଜ ଏକାଦଶ ବାଲେଶ୍ୱର ୧୩.୨ ଅଭରରେ ସମସ୍ତ ୱିକେଟ୍ ହରାଇ ୧୧୮ ରନ୍ ରେ ଅଟକିଥିଲା। ୧୫୫ ରନ୍ ରେ ପରାଜୟ ଭୋଗିଛି ବାଲେଶ୍ୱର। ବିଜୟୀ ଝୁମ୍ପୁରା ଦଳ ପକ୍ଷରୁ ଏମଡି ଖାନ ୩୭ ବଲରେ ୧୬ ଛକା ୪ ଚୌକା ସହାୟତାରେ ୧୨୨ ରନର ଶତକୀୟ ଇନିଂସ ଖେଳିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଏଥିରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ଅନିଦ୍ୟ ବେହେରା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରୀ ରହିଛି।