ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Tahawwur Rana: ପାକିସ୍ତାନ ବାୟୁସୀମାକୁ ଏଡ଼ାଇଲା ତହାୱୁର ରାଣାଙ୍କୁ ନେଇ ଆସୁଥିବା ଜେଟ୍; ଜାଣନ୍ତୁ ଏହା ପଛର କାରଣ କ’ଣ...?

Published By : Bijay Swain | April 11, 2025 9:07 PM

Image courtesy: indiatoday

ନୂଆଦିଲ୍ଲୀ: ୨୬/୧୧ ଆତଙ୍କୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତେହବୁର ରାଣାକୁ ନେଇ ଭାରତ ଆସିଥିବା ଚାଟାର୍ଡ ଜେଟ୍ ଭାରତ ପହଞ୍ଚିବା ପାଇଁ ସ୍ୱଳ୍ପ ପଥ ଛାଡି ଦୀର୍ଘ ପଥ ଅତିକ୍ରମ କରି ଭାରତରେ ପହଞ୍ଚିଥିଲା। ଆପଣ ନିହାତି ଭାବୁଥିବେ ଏପରି ହବା ପଛରେ କାରଣ କ’ଣ? ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଏହା ପଛର ମୁଖ୍ୟ କାରଣ ହେଉଛି ପାକିସ୍ତାନ। ଆପଣଙ୍କୁ ଜଣାଇ ରଖୁ ଯେ ୟୁଏଇରୁ ଭାରତକୁ ଆସିବା ପାଇଁ ଆକାଶ ମାର୍ଗରେ ଦୁଇଟି ପଥ ରହିଛି। ଗୋଟିଏ ହେଉଛି ଯୁଏଇରୁ ପାକିସ୍ତନ ହୋଇ ସିଧା ଭାରତ ବାୟୁସୀମାକୁ ପ୍ରବେଶ। ଏହି ପଥଟି ଅପେକ୍ଷାକୃତ ସ୍ୱଳ୍ପ ପଥ। ଅନ୍ୟଟି ହେଉଛି ୟୁଏଇରୁ ଭାରତ ମହାସାଗର ଦେଇ ଭାରତ ବାୟୁସୀମାରେ ପହଞ୍ଚିବା। ତେବେ ରାଣାକୁ ନେଇ ଆସୁଥିବା ଗଲ୍ଫଷ୍ଟ୍ରିମ୍ ଜି550 ଜେଟ୍ ଟି ଭାରତ ମହାସାଗର ପଥ ଦେଇ ଭାରତୀୟ ବାୟୁସୀମାକୁ ପ୍ରବେଶ କରିଥିଲା। 

ସାଧାରଣତଃ ଆମେରିକାରୁ ଭାରତକୁ ଉଡ଼ାଣ କରୁଥିବା ବାଣିଜ୍ୟିକ ଏବଂ ବ୍ୟବସାୟିକ ଚାର୍ଟର୍ଡ ବିମାନଗୁଡ଼ିକ ସାଧାରଣତଃ ପାକିସ୍ତାନ ଉପର ଦେଇ ଉଡ଼ାଣ ଭରିଥାନ୍ତି। ଏହି ଘଟଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଆତଙ୍କବାଦ ଏବଂ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବା ପାଇଁ ନୂଆଦିଲ୍ଲୀର ପଦକ୍ଷେପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବନିମ୍ନ ସ୍ତରରେ ରହିଛି। ତେଣୁ ସୁରକ୍ଷାକୁ ନେଇ ଚ୍ନେତାରେ ତିବା ଭାରତ ଏହି ରୁଟ୍ ରେ ଜେଟ୍ କୁ ନଆଣି ବିମାନକୁ ଅଲଗା ପଥରେ ଆଣିବାକୁ ସ୍ଥିର କରିଥିଲା। 

୨୦୧୯ ମସିହାରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୪ ଜଣ ସୈନିକ ପ୍ରାଣ ହରାଇଥିଲେ। ପରେ ଭାରତ ଏବଂ ପାକିସ୍ତାନ ଉଭୟ ପରସ୍ପରର ବାୟୁସୀମା ପରସ୍ପର ପାଇଁ ବନ୍ଦ କରିଦେଇଥିଲେ। ତଥାପି, ମାସକ ପରେ ଉଭୟ ପକ୍ଷ ବେସାମରିକ ବିମାନ ପାଇଁ ସେମାନଙ୍କର ବାୟୁସୀମା ପୁଣି ଥରେ ଖୋଲିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିମାନ ପୋଲାଣ୍ଡରୁ ଫେରିବା ସମୟରେ ପାକିସ୍ତାନ ବାୟୁସୀମା ଦେଇ ଏହା ପ୍ରାୟ ୪୬ ମିନିଟ୍ ପାଇଁ ଉଡ଼ାଣ ଭରିଥିଲା।

ପାକିସ୍ତାନୀ ବଂଶୋଦ୍ଭବ ତଥା କାନାଡିୟ ନାଗରିକ ତହବୁର ରାଣାଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ଅବତରଣ କରିବା ପରେ NIA ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରିଥିଲା ଏବଂ ଏପ୍ରିଲ ୨୯ ପର୍ଯ୍ୟନ୍ତ ତାଙ୍କୁ ହେପାଜତକୁ ପଠାଇ ଦିଆଯାଇଛି। ରାଣାକୁ ଭାରତ ଆଣିବା ପାଇଁ ବ୍ୟବହୃତ ହୋଇଥିବା ଗଲ୍ଫଷ୍ଟ୍ରିମ୍ G550 ଜେଟ୍ ଟି ଭିଏନା ସ୍ଥିତ ଏକ ଘରୋଇ ଚାର୍ଟର୍ଡ ଜେଟ୍ ପରିଚାଳନା କମ୍ପାନୀର ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.