ଭୁବନେଶ୍ୱର ୨୦/୦୪:  ମାଣ୍ଡିଆ ଆମର ଆଦିଶସ୍ୟ । ଆମ ପୂର୍ବ ପୁରୁଷ କାହିଁ କେଉଁ କାଳରୁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଇ ସୁସ୍ଥ ସବଳ ଜୀବନ ଜୀଉଁଥିଲେ । ସେମାନଙ୍କ ଜୀବନଚକ୍ରକୁ ସୁରୁଖୁରୁ ଭାବରେ ପରିଚାଳିତ କରିଆସୁଥିଲା ମାଣ୍ଡିଆ । ହେଲେ ଏବେ ପରିସ୍ଥିତି ଓଲଟା । ମାଣ୍ଡିଆ ବଦଳରେ ଆମଥାଳିରେ ଏବେ ସାରଦିଆ, କୀଟନାଶକ ମିଶା ନାନା ପ୍ରକାର ଚଟ୍‌ପଟା, ପାଟି ସୁଆଦିଆ ଖାଦ୍ୟ । ଫଳରେ ବର୍ତ୍ତମାନର ପିଢ଼ି ନାନା ପ୍ରକାର ରୋଗ ଯନ୍ତ୍ରଣା ଭୋଗୁଛନ୍ତି । ମାଣ୍ଡିଆକୁ ନେଇ  ଏମିତି କେତେ କଥା ଓ କାହାଣୀ ଦେଖିବାକୁ ମିଳିବ ରଥଯାତ୍ରାରେ ରିଲିଜ ହେବାକୁ  ଥିବା ଚଳଚ୍ଚିତ୍ର ‘ଦ ମିଲେଟ୍‌ ଡାଏରୀ’ରେ । 

ଇନ୍‌ଫିଜନ୍‌ ଏଣ୍ଟରଟେନମେଣ୍ଟ  ବ୍ୟାନରରେ ପ୍ରସ୍ତୁତ ଏ ଫିଲ୍ମର ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ । ଫିଲ୍ମର ମୁଖ୍ୟ  ଚରିତ୍ରରେ ନଜର ଆସିବେ ଅଭିଷେକ ପଣ୍ଡା, ଶିବାନୀ ସଂଗୀତା । ଅନ୍ୟାନ୍ୟ  ଚରିତ୍ରରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, କୁନା ତ୍ରିପାଠୀ, ଶକ୍ତି ବରାଳ, ସନ୍ତୁ  ନିଜେ, ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ବିଶ୍ୱନାଥ ଶତପଥୀ  ଓ ବାପୁ ଗୋସ୍ୱାମୀ ଲେଖିଥିବା ଚାରିଟି ଗୀତ ସ୍ଥାନିତ ହୋଇଛି ଫିଲ୍ମରେ, ଯାହାକୁ  ସଂଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ । କଟକ, ଭୁବନେଶ୍ୱର, ଚିଲିକା, କୋରାପୁଟ  ଓ ମୁମ୍ବାଇରେ ଫିଲ୍ମର ବିଭିନ୍ନ ଦୃଶ୍ୟ ସୁଟିଂ ହୋଇଛି । ଫିଲ୍ମର କାହାଣୀ ଲେଖିବା  ସହିତ ପ୍ରଯୋଜନା କରିଛନ୍ତି ଜେଆର୍‌ଏମ୍‌ । ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି  ଦିଲ୍ଲୀପ ବିଶୋଇ ଓ ଉତ୍ତମ କୁମାର । ସମ୍ପାଦନା କରିଛନ୍ତି ରାଜେଶ ଦାଶ, ଡିଓପିରେ  ଅଛନ୍ତି ବିଶ୍ୱଜିତ କୁଲ୍‌ଡି । ରୀତିଶ ପରିଡ଼ା କ୍ରିଏଟିଭ ହେଡ୍‌ ଥିବାବେଳେ ପବ୍ଲିସିଟି  ଡିଜାଇନ୍‌ କରିଛନ୍ତି ବ୍ଳାଙ୍କ କାନ୍‌ଭାସ ଆର୍‌ଜିଏଫ୍‌ ।