ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

HAL ର ନୂତନ ନିର୍ଦ୍ଦେଶକ ହେଲେ ବରେଣ୍ୟ ସେନାପତି

Published By : Gurupada Nath | October 22, 2024 11:42 PM

ଭୁବନେଶ୍ୱର, ୨୨/୧୦ : ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(HAL) ର ନୂତନ ନିର୍ଦ୍ଦେଶକ(ଅର୍ଥ) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ପୁଅ ବରେଣ୍ୟ ସେନାପତି । ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଟସ୍ ଅଫ ଇଣ୍ଡିଆର ଫେଲୋ ସଦସ୍ୟ ଥିବା ଶ୍ରୀ ସେନାପତିଙ୍କର ଆର୍ଥିକ ପରିଚାଳନା କ୍ଷେତ୍ରରେ ଦୀର୍ଘ ୩୧ବର୍ଷର ଅଭିଜ୍ଞତା ରହିଛି । 

ଶ୍ରୀ ସେନାପତି ୧୯୯୫ ମସିହାରେ ହାଲରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଡିଭିଜିନାଲ୍ ସ୍ତରରୁ ଆରମ୍ଭ କରି କର୍ପୋରେଟ୍ ଫାଇନାନସ୍ କ୍ଷେତ୍ରରେ ଦୀର୍ଘ ୨୯ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି । ନିର୍ଦ୍ଦେଶକ(ଅର୍ଥ) ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ କର୍ପୋରେଟ୍ ଅଫିସରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଅର୍ଥ) ପଦବୀରେ HALର ସମସ୍ତ ଫାଇନାନସ୍ ଏବଂ ଆକାଉଣ୍ଟସ୍ ଦାୟିତ୍ୱ ବୁଝୁଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.