ହରଭଙ୍ଗା,୧୯/୧୧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମଠାରେ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ପୀଠ ପୁରୁଣାକଟକ ବାସିନୀ ମା’ ଭୈରବୀଙ୍କ ନାମରେ ନାମିତ ୫ମ ରାଜ୍ୟସ୍ତରୀୟ ମା’ ଭୈରବୀ ମହୋତ୍ସବ ଗତକାଲି ମହା ସମାରୋହରେ ଜନ ସମୁଦ୍ର ସହିତ ଉଦଘାଟିତ ହୋଇଯାଇଛି l ବୁଧବାର ଦ୍ୱିତୀୟ ଦିବସଠାରୁ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ, ପଞ୍ଚମ ରାଜ୍ୟସ୍ତରୀୟ ମା‘ ଭୈରବୀ ମହୋତ୍ସବ ଏକ ନୂଆ ଦିଗ ଦର୍ଶନ ଦେଖାଇବ l

୨୦୧୯ମସିହାରେ ଉଦଘାଟିତ ହୋଇଥିବା ମହୋତ୍ସବ ବର୍ତ୍ତମାନ ମହାଦ୍ରୁମରେ ଓଡ଼ିଶା ରାଜ୍ୟରେ ମା’ଙ୍କ ନାମକୁ ନେଇ ଶ୍ରେଷ୍ଠ ମହୋତ୍ସବରେ ପରିଗଣିତ ହୋଇଛି । ବୌଦ୍ଧ ଜିଲ୍ଲାରେ ମାନବ ସମ୍ବଳ ଭରପୁର, ବୌଦ୍ଧ ବୁଦ୍ଧ ଦେବଙ୍କ କୀର୍ତ୍ତି ଓ ଐତିହ୍ୟ ସମ୍ପନ୍ନ, ବୌଦ୍ଧ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମହୋତ୍ସବର ଉଦଘାଟନୀ ଦିବସର ସମ୍ମାନିତ ଅତିଥି ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସମସ୍ତଙ୍କୁ ଅନୁରୋଧ ମାର୍ଗ ଦେଖାଇଥିଲେ l ମହୋତ୍ସବର ଦ୍ୱିତୀୟ ଦିବସରେ ଶୀତୁଆ ସନ୍ଧ୍ୟାରେ ମା’ଙ୍କ ଦିବ୍ୟ ଆଳତି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା l ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନ, ତହସିଲଦାର ବଳଦେବ ବେହେରା, ପୁରୁଣାକଟକ ଥାନା ଅଧିକାରୀ ଅରୁଣ କୁମାର ସିଂ ଉପସ୍ଥିତ ରହିଥିବାବେଳେ ମହୋତ୍ସବ କମିଟି ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା କରାଯାଇଥିଲା l

ଦ୍ୱିତୀୟ ସନ୍ଧ୍ୟାରେ ରାମଗଡ ହାଇସ୍କୁଲ ହିନ୍ଦୀ ରିମିକ୍ସ, ପୁରୁଣାକଟକ -ପଢ଼ିବୁରେ ପଢ଼ିବୁ ପରି, ଲୁଣିବାହାଲ -ଭୈରବୀ ଭଜନ, ହରେକୃଷ୍ଣପୁର -ଭାଇ ଜିଉଁନ୍ତିଆ, ୟୁପି ସ୍କୁଲ ସାକୁସିଙ୍ଗା -ଭୈରବୀ ଭଜନ, ଡିଗ୍ରୀ କଲେଜ ପୁରୁଣାକଟକ, ୟୁପି ସ୍କୁଲ ଛତ୍ରଙ୍ଗ, ୟୁପି ସ୍କୁଲ ଲୁଣିବାହାଲ, ଆଞ୍ଚଳିକ, ଲୋକକଳା ଓ ଶିକ୍ଷା ଉପରେ ନୃତ୍ୟଗୀତ ପରିବେଷଣ କରିଥିବା ବେଳେ ବଉଳି କଳାପରିଷଦ କଣ୍ଟାମାଳର ସମ୍ବଲପୁରୀ ନୃତ୍ୟ ଓ ବାଜା ଏବଂ ଷ୍ଟାଇଲିଷ୍ଟ ଟୁକୁନା ଓ ଲିପ୍ସା ମହାରଣାଙ୍କ କମେଡ଼ିରେ ଦର୍ଶକ ବିଭୋର ହୋଇଥିଲେ l ଆଗାମୀ ୨୨ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ପସନ୍ଦକୁ ନେଇ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ, ଶିକ୍ଷଣୀୟ, ନିଜ କଳା ସଂସ୍କୃତି ଓ ମା’ଙ୍କ ମହିମା ପ୍ରଚାର ପ୍ରସାର ପାଇଁ ସବୁବେଳେ ଚେଷ୍ଟିତ ମା’ ଭୈରବୀ ସାଂସ୍କୃତିକ କଳାପରିଷଦ ପୁରୁଣାକଟକ l

ଦ୍ୱିତୀୟ ଦିବସରେ ମହୋତ୍ସବ ନେଇ କମିଟିର ସଭାପତି ଅଶୋକ ଅଗ୍ରୱାଲ, ଆବାହକ ସୁକାନ୍ତ ପଟ୍ଟନାୟକ, ଉପ ସଭାପତି- ଅକ୍ରୁର ସେଠି, ସମ୍ପାଦକ ଅଶୋକ ସେଠି, ସହ ସମ୍ପାଦକ ମନୋଜ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସତୀଶ ବେହେରା, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କୋଷାଧକ୍ଷ କୈଳାଶ ଅଗ୍ରୱାଲ, ସଦସ୍ୟ ବାଳ କୃଷ୍ଣ ନାଏକ, ଶୁଭ୍ରଜିତ ପ୍ରଧାନ, ତୁଷାରକାନ୍ତ ସାହୁ, ଅମୁଲ୍ୟ ମିଶ୍ର, ସତ୍ୟ ନାଏକ, ପ୍ରଶାନ୍ତ ସେଠି, ପଞ୍ଚାନନ ଆପଟଙ୍କ ସମେତ ଭୈରବୀ କ୍ଲବର ସମସ୍ତ ସଦସ୍ୟ, ଡ୍ରାଇଭର ସଙ୍ଘ ସଦସ୍ୟ ସହଯୋଗ କରିଥିଲେ l ସେପଟେ ଛଟପତି ଖାଦ୍ୟ ଓ ଘର କରଣା ସ୍ଟଲ, ମିନା ବଜାରରେ ଦର୍ଶକ ଅନ୍ୟ ମଜା ନେଉଥିବା ଦେଖିବାକୁ ମିଳିଥିଲା l