ଚନ୍ଦାହାଣ୍ଡି ,୨୦।୧୦ (ଆ ପ୍ର )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଅଧିନ ଦଳବେଡା ପଞ୍ଚାୟତ ସଦର ଗ୍ରାମରେ ଟ୍ରାକ୍ଟର  ଘରକୁ ମାଡି ଯାଇ ଘର ଭାଙ୍ଗି ଯିବା ସହ  ଅଳ୍ପକେ   ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଥିଲେ ବୃଦ୍ଧ ଦମ୍ପତି l  ସେମାନେ ହେଲେ ଖଗେଶ୍ୱର ମାଝି (୬୫) ଏବଂ ତାଙ୍କ ସ୍ତ୍ରୀ ମଇନା ମାଝି (୬୩) l ଘଟଣା ସ୍ଥଳରୁ ଡ୍ରାଇଭର ନକା ମାଝି ଫେରାର  ହୋଇ ଯାଇଥିବା ନେଇ  ଗ୍ରାମବାସୀ  ପ୍ରକାଶ କରିଛନ୍ତି  l  

ସୂଚନା ମୁତାବିକ  ଦଳବେଡା ଗ୍ରାମର  ଖଗେଶ୍ୱର ମାଝି   ଏବଂ ତାଙ୍କ ସ୍ତ୍ରୀ ମଇନା ମାଝି ଙ୍କ ମାଟି ଘରେ ଶୋଇ ଥିଲେ l  ରାସ୍ତା ରେ ଗ୍ରାମର ନହର ଖରସେଲଙ୍କ ନମ୍ବର ବିହିନ ଟ୍ରାକ୍ଟରକୁ ହଲ କରିବା ପାଇଁ ଡ୍ରାଇଭର ନାଇକୁ ମାଝି  ବେପରୁଆ ଭାବରେ ଟ୍ରାକ୍ଟର ନେଉ ଥିବା ସମୟରେ ଭାରସାମ୍ୟ ହରାଇବାରୁ   ତାଙ୍କ ଘରକୁ ମାଡି ଯାଇଥିଲା।   ତାଙ୍କ ଘର ଭାଙ୍ଗି ଯିବା ସହ ଅଳ୍ପକେ ବର୍ତ୍ତି ଯାଇ ଥିଲେ ବୃଦ୍ଧ ଦମ୍ପତି l  ଗ୍ରାମବାସୀ ସେମାନଙ୍କୁ ଭଙ୍ଗା ଘରୁ ଉଦ୍ଧାର କରି ଥିଲେ l 

ଏଥିରେ ବୃଦ୍ଧ ଦମ୍ପତି ଙ୍କ କୌଣସି କ୍ଷତି ହୋଇ ନ ଥିଲା l  ଦୁର୍ଘଟଣା ଘଟାଇ ନଇକୁ ମାଝି ସେଠାରୁ ଫେରାର ହୋଇ ଯାଇ ଥିଲେ l  ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଡ୍ରାଇଭର ନଇକୁ ମାଝି ଟ୍ରାକ୍ଟର ମଡ଼ାଇ ହତ୍ୟା  ଉଦ୍ୟମ କରି ଥିବା ନେଇ ବୃଦ୍ଧ ଦମ୍ପତି ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଗ୍ରାମରେ ବୈଠକ ବସି ବା ପରେ ଥାନା ରେ ଅଭିଯୋଗ କରାଯିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଏ ଦିଗରେ ପୋଲିସ ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l